ପ୍ରଚାର ପାଇଁ କ୍ଷେତରେ ଗହମ କାଟିଲେ ହେମା ମାଳିନୀ ।ଜଣେ ପତ୍ରକାର କ୍ଷେତରେ ଫସଲ କାଟିବା କଥା ପ୍ରଶ୍ନ କରିବାରୁ ଏପରି ଉତ୍ତର ଦେଇଥିଲେ ହେମା । କହିଥିଲେ କେବଳ ପ୍ରଚାର ପାଇଁ କ୍ଷେତରେ ଫଟୋ ଉଠାଇଥିଲେ । ଏବେ ନିର୍ବାଚନ ପରେ ଶିଖିବେ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଲାଇବା ମଧ୍ୟ ଶିଖିବେ ବୋଲି କହିଛନ୍ତି ହେମା ।
ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବରେ ମଥୁରାରୁ ନିର୍ବାଚନ ଲଢୁଛନ୍ତି ହେମାମାଳିନୀ ।କିଛି ଦିନ ତଳେ ହେମାମାଳିନୀଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ କ୍ଷେତରେ ଧାନ କାଟୁଥିବାର ନଜର ଆସିଥିଲେ । ଏହା ଟ୍ରାକ୍ଟର ଚଲାଉଥିବାର ଫଟୋ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ଅନେକ ଲୋକ ଏହାକୁ ସମାଲୋଚନା କରିଥିଲେ । କହିଥିଲେ ନିର୍ବାଚନ ପାଇଁ ନାଟକ କରୁଛନ୍ତି ହେମା ମାଳିନୀ ।
ଜଣେ ୟୁଜର୍ସ ଲେଖିଛନ୍ତି ‘ହେମା ଜି’ ଗତ ପାଞ୍ଚ ବର୍ଷରେ ଆପଣଙ୍କୁ ଚାଷୀଙ୍କ କଥା ମନେ ପଡିଲା ନାହିଁ କିନ୍ତୁ ଏବେ ନିର୍ବାଚନ ଆସିବା କ୍ଷଣି ଆପଣ ଚାଲି ଆସିଲେ ଫଟୋ ଉଠେଇବାକୁ। କେତେ ଆଉ ଗରିବଙ୍କ ମଜାକ ଉଡେଇବେ ଆପଣମାନେ?