ସେ ଦେଶ ପାଇଁ ମହିଳା ବକ୍ସିଂରେ ପ୍ରଥମ ପଦକ ଜିତିଲେ ହେଲେ ତାଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ ତାଙ୍କ ନାଁରେ ବାହାରିଲା ଗିରଫ ପରଓ୍ଵାନା । ଏଭଳି ଦେଶ ହେଉଛି ଇରାନ୍ । ଯେଉଁଠି ମହିଳାମାନଙ୍କୁ କଡ଼ା ଅନୁଶାସନ ଭିତରେ ରହିବାକୁ ପଡ଼େ । ଇରାନ୍ର ଯୁବତୀ ସଦାଫ ଖାଦିମ । ଫ୍ରାନ୍ସରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛନ୍ତି । ହେଲେ ସେ ମୁଣ୍ଡ ଘୋଡ଼ାଇ ନଥିବାରୁ ଓ ସାର୍ଟ ପିନ୍ଧି ଥିବାରୁ ଏବେ ଦେଶରେ ଆକ୍ରୋଶର ଶିକାର ହୋଇଛନ୍ତି । କାରଣ ଏହା ଇରାନ୍ର ଆଇନ୍କୁ ଭଙ୍ଗ କରୁଛି । ତେଣୁ ତାଙ୍କୁ ଗିରଫ କରିବା ଲାଗି ଓ୍ଵାରେଣ୍ଟ ବାହାର କରାଯାଇଛି । ତେଣୁ ସଦାଫ ଆଉ ଫ୍ରାନ୍ସରୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେିଛନ୍ତି ।