Odia News Portal

ରାଜନୈତିକ ହିଂସା, ବିଜେଡି କର୍ମୀଙ୍କୁ ଭୁଜାଲି ମାଡ଼

ସୋର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍‌ ଉପରଆଡ଼ିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଦଳୀୟ ପୋଷ୍ଟର ନେଇ ଆସୁଥିବା ବେଳେ ଜଣେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିଥିବା ଯୁବକ ବିରୋଧୀ ଦଳର ହୋଇଥିବା ଅଭିଯୋଗ ହୋଇଛି। ସୋର ପୁଲିସ୍‌ ଘଟଣାର ତଦନ୍ତ କରୁଛି।