Odia News Portal

ବିଜେପିରେ ସାମିଲ ହେବେ ସନ୍ନି ଦେଓଲ !

ନୂଆଦିଲ୍ଲୀ  : ବଲିଉଡ ଅଭିନେତା ତଥା ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ରାଜନୀତିରେ ଓହଃଲ୍ଲାଇବ ନେଇ ଚର୍ଚ୍ଚା ଜୋର ଧରିଛି । ସନ୍ନି ଦେଓଲ ବିଜେପିରେ ଯୋଗ ଦେଇପାରନ୍ତି ବଲ୍ଲି ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସନ୍ନି ଦେଓଲଙ୍କ ଏକ ଫଟୋ ଭାଇରାଲ ହୋଇଛି । ଅମିତ ଶାହ ପଞ୍ଜାବ ଆସନରୁ ସନ୍ନି ଦେଓଲଙ୍କୁ ଟିକେଟ ଦେବା ପାଇଁ ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ଅମିତ ଶାହ ଲୌଣସି ପ୍ରକାରେ ସନ୍ନି ଦେଓଲଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମନେଇବାକୁ ଚାହୁଁଛନ୍ତି । କିଛି ଦିନ ପୂର୍ବରୁ ଜଣାପଡିଥିଲା ଯେ, ସନ୍ନି ଦେଓଲ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ଧର୍ମେନ୍ଦ୍ର ଚାହୁଁନଥିଲେ । ଅମିତ ଶାହ ଓ ସନ୍ନି ଦେଓଲଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ଥା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ସୂତ୍ର ଅନୁଯାୟୀ, ପଞ୍ଜାବ ଗୁର୍ଦାସପୁର ଏବଂ ଅମୃତସର ଭଳି ପ୍ରତିଷ୍ଠିତ ଆସନ ପାଇଁ ସନ୍ନିଙ୍କୁ ଟିକେଟ ଦିଆଯାଇପାରେ ।