Odia News Portal

ଅଭିନନ୍ଦନଙ୍କୁ ବୀର ଚକ୍ର ସମ୍ମାନ ଦେବା ପାଇଁ ବାୟୁସେନାର ସୁପାରିସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର ପୁରସ୍କାର । ସାହସିକତା ପୁରସ୍କାର ବୀର ଚକ୍ର ଦେବା ପାଇଁ ଭାରତୀୟ ବାୟୁସେନା ସୁପାରିସ କରିଛି । ପାକିସ୍ତାନର ଏଫ-୧୬ବିମାନକୁ ତଳକୁ ଖସାଇଦେଇଥିଲେ ଅଭନନ୍ଦନ ।
ଉଲ୍ଲେଖଯୋଗ୍ୟ ଯେ ଭାରତ ସୀମା ଭିତରକୁ ପାକିସ୍ତାନର ବିମାନ ପସିଯାଇଥିବା ବେଳେ ବାୟୁସେନା କମାଣ୍ଡର ଅଭନନ୍ଦନ ତାକୁ ତଳକୁ ଖସାଇ ଦେଇଥିଲେ । ତାପେର ନିଜେ କିନ୍ତୁ ପାକିସ୍ତାନରେ ଖସିପଡ଼ିଥିଲେ । ସେଠି ଶତୃର ମାଟିରେ ମଧ୍ୟ ନିଜର ବୀରତ୍ୱ ଦେଖାଇଥିବାରୁ ତାଙ୍କୁ ଏହି ସାହସିକତା ପୁରସ୍କାର ବୀର ଚକ୍ର ସମ୍ମ୍ାନ ଦେବା ପାଇଁ ଭାରତୀୟ ବାୟୁସେନା ସୁପାରିସ କରିଛି ।