Odia News Portal

୫ଟା ସୁଦ୍ଧା ରାଜ୍ୟରେ ୬୧% ଭୋଟିଂ

ଭୁବନେଶ୍ବର()  ସଂଧ୍ୟା ୫ଟା ୩୦ ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । କେତୋଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଆଉ ୨ଟି ବୁଥରେ କ୍ରସ୍ ପେୟାରିଂ ଯୋଗୁଁ ସାନି ମତଦାନ ହେବ ।

ଆଜି ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୬୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୦.୪୬ ପ୍ରତିଶତ ମତଦାନ ହୋଇଛି । ସେହିପରି ଢ଼େଙ୍କାନାଳରେ ୬୨.୩୨ ପ୍ରତିଶତ, ପୁରୀରେ ୫୮.୧୧ ପ୍ରତିଶତ, ସମ୍ବଲପୁରରେ ୫୬.୩୪ ପ୍ରତିଶତ ଏବଂ କଟକରେ ୫୬.୯୭ ପ୍ରତିଶତ ମତଦାନ ହୋଇଛି ।