Odia News Portal

ଆମିର ବିଜନେସ କ୍ଳାସ ଛାଡି ଇକୋନମିରେ କଲେ ଯାତ୍ରା, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ସାଧାରଣତଃ ସମସ୍ତ ବଲିଉଡ ଷ୍ଟାର ବିମାନ ଯାତ୍ରା ସମୟରେ ବିଜନେସ କ୍ଳାସରେ ହିଁ ଯାତ୍ରା କରିଥାନ୍ତି। କିନ୍ତୁ ବଲିଉଡର ପରଫେକ୍ଟସନିଷ୍ଟ ଭାବେ ଜଣାଯାଉଥିବା ଆମିର ପୁଣି ଥରେ ନିଜକୁ ଅନ୍ୟ ଷ୍ଟାର ମାନଙ୍କରୁ ଭିନ୍ନ ପ୍ରମାଣିତ କରିଛନ୍ତି।

ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆମିରଙ୍କୁ ବିଜନେସ କ୍ଳାସ ନୁହଁ ବରଂ ବିମାନରେ ସାଧାରଣଲୋକଙ୍କ ମଧ୍ୟରେ ଇକୋନମି କ୍ଳାସରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ଭିଡିଓରେ ଆମିର କ୍ୟାପ ପିନ୍ଧିବା ସହ ଝରକା ପାଖ ସିଟରେ ବସିଥିବାର ନଜର ଆସିଛନ୍ତି। ଠଗ୍ସ ଅଫ ହିନ୍ଦୁସ୍ତାନର ବିଫଳତା ପରେ ଆମିର ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଢ଼ାରେ କାମ କରୁଛନ୍ତି। ଏହା ଏକ ହଲିଉଡ଼ ଫିଲ୍ମର ରିମେକ ବୋଲି ଜଣାପଡିଛି। ତେବେ ଫିଲ୍ମର ହିରୋଇନ ପାଇଁ ଆମିର ଏକ ନୂଆ ଚେହେରାର ଖୋଜ କରୁଛନ୍ତି।