Odia News Portal

ପରଦାକୁ ଆସିଲା ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’

ଭୁବନେଶ୍ବର : ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଦେ ଦେ ପ୍ୟାର୍ ଦେ’ । ୫୦ବର୍ଷରେ ପଦାର୍ପଣ କରିସାରିଥିବା ଜଣେ ବ୍ୟକ୍ତି ବିବାହ ପାଇଁ ତାଙ୍କ ସମବୟସ୍କ ମହିଳାଙ୍କୁ ଖୋଜିବା କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି ।

ଟି-ସିରିଜ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି କ୍ରିଷନ କୁମାର ଓ ଭୂଷଣ କୁମାର । ଫିଲ୍ମରେ ଅଜୟ ଦେବଗନଙ୍କ ସମେତ ତବୁ ରାକୁଲ ପ୍ରୀତି ସିଂହ ପ୍ରମୁଖ ଅଭିନୟ କରିଛନ୍ତି । ଅକିଭ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଦର୍ଶକଙ୍କ ଏକ ଭିନ୍ନ ଅନୁଭୂତି ଦେବ ବୋଲି ଆଶା ରଖିଛନ୍ତି ନିର୍ମାତା । ସେପଟେ ହଲିଉଡରେ ମହିଳା କୈନ୍ଦ୍ରିକ ଫିଲ୍ମ ଡାର୍ଟି ରୋଟ୍ଟେନ ସ୍କାଉଣ୍ଡ୍ରେଲର ରିମେକ୍ ଦି ହସଲ ମଧ୍ୟ ରିଲିଜ୍ ହୋଇଛି ।