ବର୍ତ୍ତମାନ ଆମ ଦେଶରେ ଅପରାଧ ଏତେ ସଂଖ୍ୟାରେ ବଢ଼ିଯାଇଛି ଯେ ମଣିଷର ଅନ୍ୟର ବୟସ ସୀମାକୁ ବି ଭୁଲିଯାଉଛି। ସେ ୫ବର୍ଷ ହେଉ କି ୬ବର୍ଷ ଗୋଟିଏ ଶିଶୁକୁ ଦୁଷ୍କର୍ମ କରିବାକୁ ପଛାଉନାହିଁ। ମହିଳା ଅପେକ୍ଷା ଏବେ ଅଧିକାଂଶ ଶିଶୁ ବା ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଆଉ ଯେତେବଳେ ଦୁଷ୍କର୍ମର ଶିକାର ହେଉଛନ୍ତି ସେତେବଳେ ନା ସେମାନେ କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି। ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ନହେଲେ ଏକଲା ସଂଘର୍ଷ କରୁଛନ୍ତି। ଏହା କେବଳ ସାଧାରଣ ପରିବାରରେ ସୀମିତ ନୁହେଁ ବରଂ ବହୁ ବଲିଉଡ୍ ଓ ହଲିଉଡ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।
୧. ସୋମି ଅଲି: ଅଭିନେତା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ୍ ସୋମୀ ଅଲି ଏକ ସାକ୍ଷାତକାରରେ କହିଥିଲେ କି, ୫ବର୍ଷ ବୟସରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଭଳି ଘୃଣ୍ୟ କାମ ଆଉ କେହି ନୁହେଁ ବରଂ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଏଭଳି କାମ କରିଥିଲା। ୨. କାଲ୍କି କୋଚିଲିନ: କାଲ୍କି ମଧ୍ୟ ନିଜେ ଏକ ସାକ୍ଷାତକାରରେ କହିଥିଲେ, ବହୁତ କମ ବୟସରେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି। ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ବୋଲି କହିଛନ୍ତି। ଏହା ବ୍ୟତୀତ ସେ ଆଉ କିଛି କହିବାକୁ ଚାହିଁ ନାହାନ୍ତି।
୩. ଅନୁଷ୍କା ଶଙ୍କର: ଅନ୍ତରାଷ୍ଟ୍ରୀୟ ଖ୍ୟାତି ଅର୍ଜନ କରିଥିବା ସିତାର ବାଦକ ସ୍ବର୍ଗୀୟ ପଣ୍ଡିତ ରବିଶଙ୍କରଙ୍କ ଝିଅ ଅନୁଷ୍କା ଶଙ୍କର ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ସେ ନିଜେ କହିଛନ୍ତି। ଅନୁଷ୍କା କହିଛନ୍ତି, ଗୋଟିଏ ବର୍ଷ ଧରି ଜଣେ ବ୍ୟକ୍ତି ତାଙ୍କୁ ବହୁତ ଭଲ ପାଉଥିଲା। ବାପା ମା ମଧ୍ୟ ସେହି ବ୍ୟକ୍ତିକୁ ବହୁତ ବିଶ୍ବାସ କରୁଥିଲେ। ମାତ୍ର ସେ ତାଙ୍କ ବିଶ୍ବାସ ଭାଙ୍ଗି ଥିଲା। ଅନୁଷ୍କା ଏହା ବି କହିଛନ୍ତି କି, ଯେତେବେଳେ ଅନୁଷ୍କା ବଡ଼ ହେଉଥିଲେ ସେ ବ୍ୟକ୍ତି ଜଣଙ୍କର ଅସଦାଚାର ଅଧିକ ବଢ଼ିଚାଲିଥିଲା। ତା ସହିତ ଅନ୍ୟ କିଛି ପୁରୁଷ ମଧ୍ୟ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଛନ୍ତି। ମାତ୍ର ସେହି ସମୟରେ ମୋତେ ଜଣାନଥିଲା କି ସେଠାରୁ କିଭଳି ବଞ୍ଚିତ ହୋଇପାରିବି। ୪. ସୋଫିୟା ହୟାତ: ଭାରତୀୟ ମଡେଲ ସୋଫିୟାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ଦୁଷ୍କର୍ମ ଭଳି ଏକ ଭୟାନକ ଅପରାଧର ଶିକାର ହୋଇଥିଲେ ସୋଫିୟା। ଏହି ଅପରାଧ ତାଙ୍କ ଘରର ଜଣେ ସମ୍ପର୍କୀୟ କରିଥିଲା। ୫. ଡେଜି ଇରାନୀ: ବହୁ ପୁରୁଣା ଫିଲ୍ମର ଶିଶୁ କଳାକାର ଡେଜି ଇରାନିଙ୍କୁ ହୋଇଥିଲା ମାତ୍ର ୬ବର୍ଷ ବୟସ। ସେତେବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ତାହା ପୁଣି ଫିଲ୍ମ ସେଟରେ ହୋଇଥିଲା ବୋଲି ସେ କହିଛନ୍ତି।