Odia News Portal

ବଲିଉଡର ଆଇଟମ ଗାର୍ଲ ଏବେ ଡ୍ୟାନ୍ସ ଛାଡି ରାସ୍ତାରେ କପଡା ବିକ୍ରି କରୁଛନ୍ତି ! ଆସନ୍ତୁ ଜାଣିବା …

ବଲିଉଡରେ ଏଣ୍ଟ୍ରି କରିବାର ଖୁବ୍‌ କମ୍‌ ଦିନରେ ବେଶ୍‌ ପପୁଲାର ହୋଇ ସାରିଲେଣି ଅଭିନେତ୍ରୀ ନୋରା ଫତେହ। ଜଣେ ଅଭିନେତ୍ରୀ ସମେତ ସେ ଜଣେ ଭଲ ଡ୍ୟାନସର ମଧ୍ୟ। ‘ଦିଲବର’ ଗୀତର ରିମେକରେ ତାଙ୍କର ଜବରଦସ୍ତ ଡ୍ୟାନ୍‌ ସମସ୍ତଙ୍କୁ ଦିୱାନା କରି ଦେଇଥିଲା। ଫିଲ୍ମ ବାହୁବଲୀରୁ ଚର୍ଚ୍ଚାରେ ଆସିଥିବା ନୋରା ସବୁବେଳେ ନିଜର ଡ୍ୟାନ୍ସ ଭିଡିଓକୁ ନେଇ ଖବରରେ ରହିଥାନ୍ତି। ସେ ନିଜ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ବହୁତ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ କପଡା ବିକ୍ରି କରୁଥିବାର ନଜର ଆସୁଛନ୍ତି। ଭାଇରାଲ ଭିଡିଓରେ ନୋରା ବ୍ୟାଂକକର ଲୋକାଲ ମାର୍କେଟରେ ତଳେ ବସି କପଡା ବିକ୍ରି କରୁଛନ୍ତି। ସେ କିଛି କପଡାକୁ ନେଇ ସାତ ଶହ, ଆଠ ଶହ, ଦୁଇ ଶହରେ ନେଇଯାନ୍ତୁ ବୋଲି କହୁଛନ୍ତି। ନୋରାଙ୍କ ଫ୍ୟାନ୍ସ ତାଙ୍କ କପଡା ବିକ୍ରି ଭିଡିଓ ଭାଇରାଲ ହେବା ପରେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ଇଦରେ ଆସିଥିବା ସଲମାନଙ୍କ ଫିଲ୍ମ ‘ଭାରତ’ରେ ନୋରା ନଜର ଆସିଥିଲେ। ଏହା ପୂର୍ବରୁ ‘ଦିଲବର’ ଗୀତ ଖୁବ ପପୁଲାର ହୋଇଥିବା ବେଳେ ୧୨ କୋଟିରୁ ଅଧିକ ତାଙ୍କ ଫ୍ୟାନ୍‌ ଫଲୋଇଂ ହୋଇଯାଇଥିଲା। ହିନ୍ଦି ଫିଲ୍ମ ବ୍ୟତୀତ ସେ ମଲାୟଲମ, ତେଲଗୁ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ‘ବାହୁବଲି ଦି ବିଗନିଙ୍ଗ’, ‘କିକ୍‌-୨’, ‘ସ୍ତ୍ରୀ’ ଫିଲ୍ମରେ ସେ ଆଇଟମ୍‌ ନମ୍ୱର କରି ସାରିଲେଣି। ଆଗକୁ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩D’ ରେ ନଜର ଆସିବାକୁ ଯାଉଛନ୍ତି ନୋରା । ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ।