Odia News Portal

ଦର୍ଶକ ପାଇଁ ଏକ ଖୁସି ଖବର : ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ । ମିଳିଥିବା ସୂଚନା ଅନୁସାରେ ନିଜ ବ୍ୟସ୍ତ ସିଡ୍ୟୁଲରୁ ଖୁବ୍ ଶୀଘ୍ର ଫ୍ରି ହୋଇ ଏହି ସୋରେ ଏଣ୍ଟ୍ରି କରିବେ ।

ଏବେ ଦର୍ଶକଙ୍କ ହସାଇ ହସାଇ ବେଦମ୍ କରିବାକୁ ଆସିବେ ସୁନୀଲ୍ । ଏହି ଖବର ପରେ ସ୍ପଷ୍ଟ ହୋଇଗଲା ଯେ ଏବେ ପୁଣି ଥରେ ଧମାଲ୍ ମଚାଇବ ଏହି ଯୋଡି । ଯାହାକୁ ଦୀର୍ଘ ଦିନ ଧରି ମିସ୍ କରୁଥିଲେ ଦର୍ଶକ । କାରଣ ଯଦିଓ କପିଲ୍ କମେଡି କିଙ୍ଗ ସିଂହାସନରେ ବସିଛନ୍ତି ତଥାପି ବିନା ଡକ୍ଟର ଗୁଲାଟିରେ ଯେମିତ ଏହା ଅଧୁରା । ଏମିତି ଲାଗେ ଯେମିତି ପରସ୍ପର ବ୍ୟତୀତ ଅସମ୍ପୂର୍ଣ୍ଣ କପିଲ୍ ଏବଂ ସୁନୀଲ୍ ।