Odia News Portal

ପାସୱାର୍ଡ ନଥିଲେ ମଧ୍ୟ ବ୍ୟବହାର କରିପାରିବେ ଯେ କୌଣସି ୱାଇଫାଇ, ଆସନ୍ତୁ ଜାଣିବା …

ଇଣ୍ଟରନେଟ ଦୈନଦିନ ଜୀବନରେ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି କାରଣ ଏହା ଦ୍ବାରା ଅଧିକାଂଶ କାମ ସୁବିଧାରେ ହେଇପାରୁଛି। ଘରୁ ବା ଅଫିସ୍‌ରେ ରହି ବାହାର କାମ କରିବା ଓ ବାହାରେ ରହି ଘର ବା ଅଫିସ କାମ କରିବାର ସୁବିଧା କେବଳ ଇଣ୍ଟରନେଟ୍‌ ଦ୍ବାରା ସମ୍ଭବ। ଇଣ୍ଟରନେଟ୍‌ ମାଧ୍ୟମରେ ଅନେକ କାମ ସୁବିଧାରେ ହୋଇପାରୁଥିବାରୁ କେବେ କେବେ ଲୋକମାନେ ଅଧିକରୁ ଅଧିକ ଡାଟା ବ୍ୟବହାର କରିବା ପାଇଁ ୱାଇ ଫାଇ କନେକ୍ସନ ଚାହାନ୍ତି। ବାହାରେ ୱାଇଫାଇ ତ ମିଳିଯାଏ କିନ୍ତୁ ପାସୱାର୍ଡ ଜଣାନଥାଏ ।

କିନ୍ତୁ ଏମିତି ଏକ ଉପାୟ ଅଛି ଯାହା ଦ୍ବାରା ୱାଇଫାଇ ପାସୱାର୍ଡ ନଥିଲେ ମଧ୍ୟ ନେଟୱାର୍କ କନେକ୍ଟ ହୋଇପାରିବ।  ଆଣ୍ଡ୍ରଏଡ୍‌ ଫୋନ୍‌ର କ୍ୟୁଆର କୋଡ QR code ସ୍କାନ କରି କୌଣସି ୱାଇଫାଇ ସହ ଫୋନ କନେକ୍ଟ କରାଯାଇପାରିବ। ଏହି ପଦକ୍ଷେପ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ୟୁଜର୍ସଙ୍କ ଫୋନ୍‌ରେ ହୋଇପାରିବ। ଏଥିପାଇଁ କିଛି ସାମାନ୍ୟ ଷ୍ଟେପ ଫଲୋ କରିବାକୁ ହେବ। ଏମିତି ଅନେକ ସାଇଟ୍‌ ଅଛି ଯାହା ପାସୱାର୍ଡର ନାଁ କ୍ୟୁଆର କୋଡରେ ବଦଳି ଯାଏ। ଯେମିତି  ww.qrstuff.com and zxing.appspot.com  ୱାଇ ଫାଇକୁ କନେକ୍ଟ କରିବାର ଥିଲେ ଏହି ଷ୍ଟେପ ଫଲୋ କରିବା ଉଚିତ୍‌।

୧- ସର୍ବପ୍ରଥମେ ଏଥିମଧ୍ୟରୁ କୌଣସି ୱେବସାଇଟ୍‌ ଭିଜିଟ୍‌ କରି ୱାଇଫାଇ ଲଗ୍‌ଇନ୍‌ ସିଲେକ୍ଟ କରିବା ଉଚିତ୍‌।

୨- ଏହା ପରେ ‘SSID’ ସେକ୍ସନରେ ୱାଇଫାଇ ନାଁ ଟାଇପ କରିବା ଉଚିତ୍‌।

୩- ଏବେ ପାସୱାର୍ଡ ଟାଇପ୍‌ କରିବା ଆବଶ୍ୟକ।

୪- ଏହା ପରେ ନେଟୱାର୍କ ଟାଇପ୍‌ କରି ଚୟନ କରିବା ଜରୁରୀ।

୫- ଏହା ପରେ Generate ଓ download QR codeରେ କ୍ଲିକ୍‌ କରିବା ଉଚିତ୍‌।

ଥରେ ଡାଉନଲୋଡ୍‌ ହେବା ପରେ ପ୍ରିଣ୍ଟ ଆଉଟ କାଢି ରଖିଲେ ଆଗକୁ ମଧ୍ୟ ଏହି ସ୍କାନ ଦ୍ବାରା ୱାଇଫାଇ କନେକ୍ଟ ହୋଇପାରିବ। ଏହା ବ୍ୟତୀତ ସିଧା କ୍ୟାମେରାରୁ ମଧ୍ୟ ସ୍କାନ କରାଯାଇପାରିବ। କିନ୍ତୁ କିଛି ଆଣ୍ଡ୍ରଏଡ୍‌ ସ୍ମାର୍ଟ ଫୋନ୍‌ରେ କ୍ୟୁଆର କୋଡ ସ୍କାନ କରିବା ଫିଚର ନଥାଏ। ଏମିତି ସ୍ଥିତିରେ ଗୁଗୁଲ ପ୍ଲେ ଷ୍ଟୋରରୁ କ୍ୟୁଆର କୋଡ ସ୍କାନ ଆପ୍‌ ଡାଉନଲୋଡ୍‌ କରାଯାଇପାରିବ।