Odia News Portal

ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍

ମୁମ୍ବାଇ : ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ କୁମାର ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍ ହୋଇସାରିଲେଣି । ସୋସିଆଲ ମିଡିଆରେ ଏବେ ଲଗାତର ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଖୁସାଲୀ ସୋସିଆଲ ମିଡିଆ ନେଟୱର୍କିଂ ସଇଟରେ ବହୁତ ଆକ୍ଟିଭ୍ ରହୁଛନ୍ତି । ସେ ନିଜ ଗ୍ଲାମର୍ସ ଫଟୋ ସେୟାର କରୁଛନ୍ତି । ଇନଷ୍ଟାଗ୍ରାମରେ ଖୁସାଲୀଙ୍କର ୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ତାଙ୍କ ଇନଷ୍ଟା ଫଟୋ ଖୁବ୍ ଧମାଲ୍ ମଚାଉଛି ।

ତେବେ କିଛିଦିନ ହେବ ସେ ବଲିଉଡରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚାରେ ଥିଲେ । କିନ୍ତୁ ଏବେ ସେ ଏହି ଚର୍ଚ୍ଚା ଉପରେ ମୋହର ଲଗାଇସାରିଛନ୍ତି ।ଖୁସାଲି ଖୁବ୍ ଶୀଘ୍ର ଆର୍. ମାଧବନଙ୍କ ସହିତ ଫିଲ୍ମ ଦହି-ଚିନି ମାଧ୍ଯମରେ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ଏବଂ ଏଥିପାଇଁ ସେ ପ୍ରସ୍ତୁତି କରୁଛନ୍ତି । ଖୁସାଲି ଫିଲ୍ମରେ ଜଣେ ଓକିଲ ଭୂମିକାରେ ନଜର ଆସିବେ ଏବଂ ନିଜର ଏହି ଭୂମିକା ପାଇଁ ସେ ହୋମୱର୍କ ମଧ୍ଯ ଆରମ୍ଭ କରିସାରିଲେଣି ।

ନିଜ ଫିଲ୍ମ ସମ୍ପର୍କରେ ସେ କହୁନ୍ତି ଯେ ଏହି ଚରିତ୍ର ପାଇଁ ମୁଁ ଅନେକ ବରିଷ୍ଠ ଓକିଲଙ୍କ ସହ ଆଲୋଚନା କରୁଛି ଏବଂ ତାଙ୍କ କାମ ଓ ବ୍ୟବହାରକୁ ଶିଖିବା ପାଇଁ ଚେଷ୍ଟା କରୁଛି । ମୁଁ ତାଙ୍କ କାମ କରିବାର ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ଅଦାଲତ ମଧ୍ଯ ଯାଇଥିଲି । ସେ ଆହୁରି କୁହନ୍ତି ଯେ ସେ ଜଣେ ମହିଳା ଓକିଲଙ୍କୁ ଭେଟିଥିଲେ । ତାଙ୍କ ସହ ଠିଆ ହେବା ଏବଂ ଫଟୋ କ୍ଲିକ୍ କରିବା ଏକ ବଡ କଥା ଥିଲା ।