Odia News Portal

ଶ୍ରିଷ୍ଠି ରୋଡେଙ୍କ ବୋଲ୍ଡ ଅନ୍ଦାଜ, ଫଟୋ ଭାଇରାଲ …

ମୁମ୍ବାଇ : ଟେଲିଭିଜନର ବହୁ ପ୍ରତିକ୍ଷୀତ ରିୟାଲିଟି ସୋ ବିଗ୍‌ ବସ ସିଜିନ୍‌ ୧୨ରେ ନଜର ଆସିଥିବା ଟେଲିଭିନ୍‌ ଅଭିନେତ୍ରୀ ଶ୍ରୀଷ୍ଠି ରୋଡେଙ୍କ ଫଟୋ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।ଶ୍ରିଷ୍ଠି ନିଜ ଫଟୋ ଇନ୍‌ଷ୍ଟାରେ ସେୟାର କରିଛନ୍ତି। ଫଟୋରେ ଅଭିନେତ୍ରୀ ବହୁତ ଷ୍ଟନିଙ୍ଗ ଲାଗୁଛନ୍ତି।   ଏହା ପ୍ରଥମଥର ପାଇଁ ହୋଇନାହିଁ।

ଶ୍ରିଷ୍ଠିଙ୍କ ବୋଲ୍ଡ ଅବତାରର ଫଟୋ ପୂର୍ବରୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି।ଶ୍ରିଷ୍ଠି ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ବିକିନୀ ଓ ମୋନୋକନୀରେ ଶ୍ରିଷ୍ଠି ତାଙ୍କର ଫଟୋ ସେୟାର କରୁଥାନ୍ତି। ୨୦୦୭ ମସିହାରେ ଏକତା କପୁରଙ୍କ ସୋରୁ ଅଭିନୟରେ ଡେବ୍ୟୁ କରିଥିଲେ ଶ୍ରିଷ୍ଠି। ଧାରାବାହିକ ଇସ୍କବାଜରେ ସେ ଶେଷଥର ପାଇଁ ନଜର ଆସିଥିଲେ।

ଏହା ବ୍ୟତୀତ ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି। ଜଣେ ବ୍ୟବସାୟୀଙ୍କୁ ଶ୍ରିଷ୍ଠି ଡେଟ କରିବାର ଖବର ସାମ୍ନାକୁ ଆସିଛି।ଉଭୟ ବିଦେଶରେ ଛୁଟି ବିତାଇବାର ଚର୍ଚ୍ଚା ମଧ୍ୟ ହେଉଛି।ବିଗବସ୍‌ରୁ ଆସିବା ପରେ ମନିଷଙ୍କ ସହ ଶ୍ରିଷ୍ଠିଙ୍କ ବ୍ରକ ଅପ୍‌ ଖବର ଜୋରସୋରରେ ଚର୍ଚ୍ଚା ହେଉଥିଲା। ଖୁବ୍‌ ଶୀଘ୍ର ବଲିଉଡରେ ଶ୍ରିଷ୍ଠି ଡେବ୍ୟୁ କରିବେ।