ଗୁରୁବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଗୁଜୁରାଟ ରାଜକୋଟ ଆମରେଲିର ଖମ୍ବା ଜଙ୍ଗଲରେ ଗୋଟିଏ ଭୋକିଲା ସିଂହ କିଭଳି ଘାସ ଖାଉଛି ।ସିଂହଟି ଘାସ ଖାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ପର୍ୟ୍ୟଟକ ଏହି ଭିଡିଓଟି ଉତ୍ତୋଳନ କରିଥିଲେ ।
ସେଠାକାର ବନବିଭାଗ କର୍ମଚାରୀ କହିଛନ୍ତି ହିଂସ୍ରଜନ୍ତୁ ଘାସ ଖାଇବା କଥା କିିଛି ନୂଆ ନୁହଁ । ପଶୁଙ୍କ ପେଟ ଖରାପ ଥିଲେ ସେମାନେ ପାଚନକ୍ରିୟା ପାଇଁ ଘାସ ଖାଇଥାନ୍ତି ଏବଂ ବାନ୍ତି କରିଥାନ୍ତି ।
