Odia News Portal

ବଲିଉଡ ସୁପରଷ୍ଟାର ବରୁଣ ଧଓ୍ବନଙ୍କ ଝିଆରୀ ଏବେ ଚର୍ଚ୍ଚାରେ

ମୁମ୍ବାଇ : ବରୁଣ ଧଓ୍ବନ ଜଣେ ସଫଳ ଭାରତୀୟ ଅଭିନେତା। ଆଫତାବ ମନସୁରୀଙ୍କ ଯୋଗୁଁ ବରୁଣ ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ବରୁଣ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। କିନ୍ତୁ ସେ ଏହା ପୂର୍ବରୁ କରଣ ଜୋହରଙ୍କ ସହ ‘ମାଇଁ ନେମ୍ ଇଜ ଖାନ୍’ ନାମକ ଫିଲ୍ମରେ ସହାୟକ ନିଦ୍ଦେଶକ ଭାବେ କାମ କରି ସାରିଛନ୍ତି।

ଯଦି କୌଣସି ପରିବାରର ସଦସ୍ୟ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ପର୍କ ରଖିଥାଏ ତେବେ ତାଙ୍କର ପୂରା ପରିବାର ଲାଇମଲାଇଟରେ ଆସି ଯାଇଥାଏ। ଆପଣ ବରୁଣ ଧଓ୍ବନଙ୍କୁ ତ ଭଲ ଭାବେ ଜାଣିଛନ୍ତି। ତାଙ୍କର ଫିଲ୍ମି ପରିବାର ସହ କନେକ୍ସନ ରହିଛି। ଏଥିପାଇଁ ତାଙ୍କର ପରିବାରର କେତେକ ସଦସ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଝିଆରୀ ଅଞ୍ଜନୀ ଧଓ୍ବନଙ୍କ କଥା ହିଁ ଦେଖି ନିଅନ୍ତୁ। ତାଙ୍କ ଦାଦା ଏତେ ବଡ଼ ସୁପରଷ୍ଟାର ହେବା ସତ୍ବେ ସେ ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ବରୁଣ ଧଓ୍ବନ ବଲିଉଡର ଜଣାଶୁଣା ନିର୍ଦେଶକ ଡେଭିଡ ଧଓ୍ବନଙ୍କ ପୁଅ।

ଡେଭିଡ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏଥିପାଇଁ ବରୁଣଙ୍କୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ଅଧିକ ସଂଘର୍ଷ କରିବାକୁ ପଡ଼ିନଥିଲା। ଅଞ୍ଜନୀ ଧଓ୍ବନଙ୍କ କଥା କହିବା ଯଦି ସେ ନିକଟରେ ତାଙ୍କ ଫଟୋ କ୍ୟାମେରାରେ ଧରା ପଡ଼ିଛି ଯେଉଁଥିରେ ସେ ଜଣେ ସାଧାରଣ ଝିଅ ପରି ନଜର ଆସୁଛନ୍ତି। ତାଙ୍କୁ ଦେଖି କେହି କହିବେ ନାହିଁ ଯେ ଏକ ଫିଲ୍ମି ପରିବାର ସହ ଜଡ଼ିତ। କାରଣ ସେ ଜଣେ ସାଧାରଣ ଝିଅ ଭଳି ସାଲଓ୍ବାର ସୁଟ ପିନ୍ଧିଛନ୍ତି।

ସେ ଅଧିକ ମେକଅପ୍ ମଧ୍ୟ କରିନାହାନ୍ତି ତଥାପି ଅଞ୍ଜନି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅଞ୍ଜନୀ ଧଓ୍ବନଙ୍କ ବାପାଙ୍କ ନାଁ ସିଦ୍ଧାର୍ଥ ଧଓ୍ବନ ଯିଏ ବରୁଣ ଧଓ୍ବନଙ୍କ ଦାଦା ପୁଅ ଭାଇ। ଅଞ୍ଜନୀ ଇନଷ୍ଟାଗ୍ରାମରେ ସବୁବେଳେ ସକ୍ରିୟ ରହିଥାଆନ୍ତି। ସେ ମଧ୍ୟ ଜଣେ ଷ୍ଟାରକିଡଙ୍କ ଭଳି ସୋଶିଆଲ ମିଡିଆରେ ଖୁବ୍ ପ୍ରସିଦ୍ଧ ଅଟନ୍ତି।