Odia News Portal

ମଡେଲ ପଦ୍ମାଲକ୍ଷ୍ମୀଙ୍କ ହଟ୍ ଏବଂ ସେକ୍ସି ଫଟୋ ଭାଇରାଲ

ମୁମ୍ବାଇ : ପଦ୍ମାଲକ୍ଷ୍ମୀ ଜଣେ ସୁପର ମଡେଲ୍। ସେ ଭାରତୀୟା ହେବା ସହ ଆମେରିକୀୟା। ସେ ହଲିଉଡ ସହ ବଲିଉଡ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ସେ ଅନେକ ଆନ୍ତର୍ଜାତୀୟ ବ୍ରାଣ୍ଡର ଆମ୍ବାସାଡର। ପଦ୍ମାଙ୍କ ବିବାହ ଜଣାଶୁଣା ଲେଖକ ସଲମାନ ରଶଦିଙ୍କ ସହ ହୋଇଥିଲା। ଉଭୟଙ୍କର ପ୍ରଥମ ସାକ୍ଷାତ ସେତେବେଳେ ହୋଇଥିଲା ଯେତେବେଳେ ସଲମାନଙ୍କୁ ୫୧ବର୍ଷ ବୟସ ହୋଇଥିଲା ଏବଂ ସେ ତାଙ୍କର ତୃତୀୟ ପତ୍ନୀଙ୍କ ସହ ରହୁଥିଲେ। ସେତେବେଳେ ପଦ୍ମାଙ୍କୁ ମାତ୍ର ୨୮ବର୍ଷ ବୟସ ହୋଇଥିଲା।

କିନ୍ତୁ ଏହି ବିବାହ ମାତ୍ର ୩ବର୍ଷ ତିଷ୍ଠିଥିଲା। କିଛି ଦିନ ତଳେ ପଦ୍ମାଲକ୍ଷ୍ମୀଙ୍କ ଅଟୋବାୟୋଗ୍ରାଫି ଅବସରରେ ସେ କହିଥିଲେ ଯେ ଉଭୟଙ୍କର ବିବାହ ବିଚ୍ଛେଦ ହେବାର ମୁଖ୍ୟ କାରଣ ଥିଲା ସେକ୍ସ। ପଦ୍ମା ୨୦୦୪ମସିହାରେ ସଲମାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ସାକ୍ଷାତ ୧୯୯୯ମସିହାରେ ହୋଇଥିଲା। ପଦ୍ମା ସେତେବେଳେ ସିଙ୍ଗଲ ଥିଲେ। ପଦ୍ମା ସଲମାନଙ୍କ ପରେ ଆଇଏମଜି କମ୍ପାନୀର ମୁଖ୍ୟ ଏବଂ ଧନୀ ଟ୍ରେଡ ସ୍ପୋର୍ଟସମ୍ୟାନଙ୍କୁ ବିବାହ କରିଥିଲେ।

ମଡେଲ,ଅଭିନେତ୍ରୀ ଏବଂ ଟେଲିଭିଜନ ସଞ୍ଚାଳିକା ପଦ୍ମା ଲକ୍ଷ୍ମୀଙ୍କ ଜନ୍ମ ୧୯୭୦ମସିହା ସେପ୍ଟେମ୍ବର ୧ତାରିଖରେ ହୋଇଥିଲା। ସେ ତାମିଲନାଡ଼ୁର ଅୟଙ୍ଗର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପଦ୍ମାଙ୍କ ପିଲାଦିନ ନ୍ୟୁୟର୍କରେ ବିତିଥିଲା। ପଦ୍ମାଙ୍କ ମାଆ ବାପାଙ୍କ ବିଚ୍ଛେଦ ହେବା ପରେ ପଦ୍ମାଙ୍କ ମାଆ ନ୍ୟୁୟର୍କରେ ରହୁଥିଲେ। ପଦ୍ମା ମାତ୍ର ୧୮ବର୍ଷ ବୟସରେ ମଡେଲିଂ ଆରମ୍ଭ କରି ଦେଇଥିଲେ। ପଦ୍ମାଙ୍କର ୬ବର୍ଷ ବୟସର ଝିଅ କୃଷ୍ଣା ଅଛନ୍ତି। ପଦ୍ମା ୨୦୦୫ମସିହାରେ ‘ବୁମ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରୁ କ୍ୟାଟରିନା କୈଫ ମଧ୍ୟ ଡେବ୍ୟୁ କରିଥିଲେ। ‘ବୁମ’ ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହି ଫିଲ୍ମରେ ପଦ୍ମା ,ଶୀଲା ବାର୍ଡ଼େଜଙ୍କ ଭୂମିକାରେ ଅଭିନୟ କରିଥିଲେ। ଥରେ ଛୁଟି ସମୟରେ ପଦ୍ମା ସ୍ପେନର ମାଦ୍ରିଦର ଏକ କ୍ୟାଫେରେ ବସିଥିଲେ। ଠିକ୍ ସେତିକିବେଳେ ଜଣେ ମଡେଲିଂ ଏଜେଣ୍ଟଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଏହାପରଠୁ ପଦ୍ମା ମଡେଲିଂ କରିବା ଆରମ୍ଭ କରି ଦେଇଥିଲେ।