ମୁମ୍ବାଇ : ବଲିଉଡର କଣ୍ଟ୍ରଭର୍ସି କ୍ବିନ ରାକ୍ଷୀ ସାଓ୍ବନ୍ତ ନିଜର ପ୍ରତିକ୍ରିୟା ଓ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚା ରହିଥାନ୍ତି। ରାକ୍ଷୀ ପୁଣି ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରି ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି। ଭିଡିଓରେ ସେ କହିଛନ୍ତି, ସଲମାନ ଖାନଙ୍କ ସୋ ବିଗ୍ ବସ୍-୧୩ ରେ ସେ ନଜର ଆସିବେ। ସେ ଆହୁରି ମଧ୍ୟ ଭିଡିଓରେ କହିଛନ୍ତି ଯେ, ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର ରହିଛି। ସଲମାନଙ୍କୁ ସେ ଧନ୍ୟବାଦ ଦେଇ କହିଛନ୍ତି ଯେ, ବିଗ୍ ବସ ସୋ ର ପ୍ରଥମ ଦିନରେ ସେ ଛପନ ଛୁରି ଗୀତରେ ନୃତ୍ୟ କରିବେ। ଏହାଠାରୁ ତାଙ୍କ ପାଇଁ ବଡ ଖବର କଣ ହୋଇପାରେ ବୋଲି ରାକ୍ଷୀ କହିଛନ୍ତି।
କଲର୍ସ ଟିଭି, ସଲମାନ ଖାନ ଓ ବିଗ୍ ବସ ସୋକୁ ସେ ଧନ୍ୟବାଧ ଦେଇଛନ୍ତି। ରାକ୍ଷୀ କହିଛନ୍ତି ବିଗ୍ ବସ୍ ସୋ ର ଗ୍ରାଣ୍ଡ ଓପନିଂରେ ଛପନ ଛୁରୀ ଗୀତରେ ସେ ସଲମାନ ଖାନଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ।ଏଥିଲାଗି ସଲମାନ ଖାନ ତାଙ୍କୁ ମେସେଜ କରିଛନ୍ତି। କଲର୍ସ ଟିଭି ମଧ୍ୟ ସଲମାନ ଖାନଙ୍କୁ କଥାକୁ ସହମତି ଜଣାଇଛନ୍ତି ବୋଲି ରାକ୍ଷୀ କହିଛନ୍ତି।ଖୁବ ଶୀଘ୍ର ତାଙ୍କର ରିହର୍ସଲ ଆରମ୍ଭ ହେବ।ବିଗ୍ ବସ ଓପନିଂ ସୋ ରେ ନୃତ୍ୟ ପରିବେଷଣ କରିବେ ବୋଲି ସେ ବହୁତ ଖୁସୀ ଅଛନ୍ତି।
ଏବେ ତାଙ୍କ ଗୀତକୁ ହିଟ୍ ହେବ ପାଇଁ ବାଧା ଦେଇ ପାରିବେ ନାହିଁ ବୋଲି ରାକ୍ଷୀ କହିଛନ୍ତି।ଏହି ସୋ ରେ ସଲମାନ ଖାନଙ୍କ ସହ ରାକ୍ଷୀ ନୃତ୍ୟ ପରିବେଷଣ କରିବା ପରେ ତାଙ୍କର ଲୋକପ୍ରିୟତା ବଢ଼ିଯିବ ବୋଲି ସେ ନିଜେ କହିଛନ୍ତି। ବିଗ୍ ବସ୍ ସୋ ର ପ୍ରମୋ ସାମ୍ନାକୁ ଆସି ସାରିଛି। ଚାରି ସପ୍ତାହ ଭିତରେ ପ୍ରତିଯୋଗୀମାନେ ଫାଇନାଲରେ ପହଞ୍ଚି ପାଇଁ ସୁଯୋଗ ଦିଆଯିବ ବୋଲି ସଲମାନ କହିଛନ୍ତି। ବିଗ୍ ବସ-୧୩ରେ କିଛି ନିୟମ ପରିବର୍ତ୍ତନ ହେଇପାରେ ବୋଲି ଚର୍ଚ୍ଚା ହେଉଛି।
