ମୁମ୍ବାଇ : ବଲିଓଡ୍ର ଚକଲେଟ୍ ହିରୋ ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବୟ’ ଜାପାନରେ ରିଲିଜ ହେବ। ଜୋୟା ଅଖ୍ତରଙ୍କ ନିର୍ଦେଶିତ ଏହି ପିଲ୍ମରେ ନାୟକ ଭୂମିକାରେ ରଣବୀର ଓ ନାୟିକା ଭୂମିକାରେ ଆଲିୟା ଭଟ୍ଟ ଅଭିନୟ କରିଥିଲେ। ଗଲି ବୟ ଫିଲ୍ମଟି ଚଳିତ ବର୍ଷରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ବ୍ୟବସାୟ ଦୃଷ୍ଟକୋଣରୁ ମଧ୍ୟ ଗଲି ବୟ ଫିଲ୍ମ ଭଲ ଲାଭ ଦେଇଥିଲା।
ଆସନ୍ତା ମାସରେ ଜାପାନରେ ଏହି ଫିଲ୍ମଟି ରିଲିଜ ହେବ। ସେଥିଲାଗି ରଣବୀର ସିଂହ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ରଣବୀର ସିଂହ କହିଛନ୍ତି ଯେ, ଜାପାନରେ ତାଙ୍କ ଫିଲ୍ମ ରିଲିଜ ହେଉଥିବାରୁ ସେ ବହୁତ ଖୁସି ଅଛନ୍ତି। ଗଲି ବୟ ଫିଲ୍ମ ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି। ସେ ଜାପାନ କେବେ ଯାଇ ନାହାନ୍ତି। ତାଙ୍କ ଫିଲ୍ମ ରିଲିଜ ହେଲେ ସେ ଜାପାନ ଯିବେ ବୋଲି ରଣବୀର ସିଂହ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ଫିଲ୍ମରେ ରଣବୀର ବହୁତ ସୁନ୍ଦର ଅଭିନୟ କରିଥିଲେ। ମୁମ୍ବାଇର ଫୁଟ୍ପାଥ୍ରେ ରହୁଥିବା ଜଣେ ଯୁବକର ଚରିତ୍ରରେ ରଣବୀର ଏହି ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମରେ ଲଭ, ରୋମାନ୍ସ ଓ ଫାଇଟ ମଧ୍ୟ ରହିଛି।ଏହି ଫିଲ୍ମରେ ଦମଦାର ଡାଇଲଗ୍ ସାଙ୍ଗକୁ ଜବରଦସ୍ତ ଫାଇଟ ମଧ୍ୟ ରହିଛି।
