Odia News Portal

ତିନି ଦିନରେ ୩୬ କୋଟି

ମୁମ୍ବାଇ() ବକ୍ସ ଅଫିସ୍ରେ ଧମାଲ କରୁଛି ଫିଲ୍ମ ‘ଛିଛୋର’। ତିନି ଦିନରେ ପାଖାପାଖି ୩୬ କୋଟି ଆୟ କରିସାରିଲାଣି।ଫିଲ୍ମ ‘ଛିଛୋର’ରେ ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ପ୍ରତୀକ ବବ୍ବର, ନବୀନ ପୋଲିସେଟ୍ଟୀ ଓ ତାହିର୍ ରାଜ୍ ଭସିନ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ କଲେଜ ଲାଇଫ୍ର ମସ୍ତିକୁ ନେଇ ୭ ଜଣ ବନ୍ଧୁଙ୍କ କାହାଣୀ ଦେଖାଯାଇଛି।

ପ୍ରଥମ ଦିନରେ ଫିଲ୍ମଟି ୭.୩୨ ଓ ଦ୍ୱିତୀୟ ଦିନରେ ୧୨.୨୫ ଓ ତୃତୀୟ ଦିନରେ ୧୬.୪୧ କୋଟି ଟଙ୍କା ଆୟ କରିଛି। ତେବେ ଏଥିସହ ପ୍ରଥମ ୱିକ୍ଏଣ୍ଡରେ ଫିଲ୍ମ ‘ଛିଚୋରେ’ ୩୫.୯୮ କୋଟି ଟଙ୍କା ଆୟ କରିଛି।