Odia News Portal

କେଣ୍ଟୁକିରେ ମହମ୍ମଦ ଅଲିଙ୍କୁ ଭେଟିଲେ ଗାଭାସ୍କର

କେଣ୍ଟୁକି : ବର୍ତ୍ତମାନ ଆମେରିକାରେ ଥିବା ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଲୌଇସଭିଲେର କେଣ୍ଟୁକି ଗସ୍ତ କରିଛନ୍ତି। ସେଠାରେ ପୂର୍ବତନ ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲି ଓ ତାଙ୍କ ପତ୍ନୀ ଲୋନିଙ୍କୁ ଭେଟିଛନ୍ତି ଗାଭାସ୍କର।

ଏଥିସହିତ ଲୌଇସଭିଲେର ମେୟର ଗ୍ରେଗ ଫିଶ୍ଚରଙ୍କ ସହ କ୍ରିକେଟ ସଂଗ୍ରହାଳୟ ଖୋଲିବା ନେଇ ଆଲୋଚନା କରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ନିଜ କ୍ୟାରିୟରର କିଛି ସ୍ମରଣୀୟ ବସ୍ତୁ ଦାନ କରିବା ପାଇଁ ରାଜି ହୋଇଛନ୍ତି। ଲୌସଭିଲେ ରାଜ୍ୟ ସହ ଗାଭାସ୍କରଙ୍କ ସ୍ବତନ୍ତ୍ର ସମ୍ପର୍କ ରହିଛି। ଏଠାରେ ତାଙ୍କ ନାମରେ ସୁନୀଲ ଗାଭାସ୍କର କ୍ରିକେଟ ଫିଲ୍ଡ ରହିଛି, ଯାହାକି ଲୌସଭିଲେ କ୍ରିକେଟ କ୍ଲବର ଘରୋଇ ଗ୍ରାଉଣ୍ଡ।

ମେୟର ଫିଶ୍ଚର ଓ ଲେସଭିଲେ ସ୍ପୋଟର୍‌ସ କମିଶନ ବୋର୍ଡ ସଦସ୍ୟ ଜୟ ବୋକି ଲୌସଭିଲେକୁ ଦେଶର କ୍ରିକେଟର ଲକ୍ଷ୍ୟ ସ୍ଥଳ କରାଇବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହମ୍ମଦ ଅଲି ସେଣ୍ଟରରେ କ୍ରିକେଟ ସଂଗ୍ରହାଳୟ ରହିବା ଏକ ସମ୍ମାନର ବିଷୟ ବୋଲି ଗାଭାସ୍କର କହିଛନ୍ତି