ଭାରତ ପାଖରେ ସ୍ଥଳ ବାହିନୀ, ଜଳ ବାହିନୀ ଓ ବାୟୁସେନା ଭଳି ତିନୋଟି ଦକ୍ଷ ସେନା ବାହିନୀ ରହିଛି। ଏହି ତିନୋଟି ବାହିନୀଙ୍କ ସାଲ୍ୟୁଟ ମଧ୍ୟ ଅଲଗା ଅଲଗା କାହିଁକି ଏହା ପଛର କାରଣ ଜାଣନ୍ତି କି? ଆସନ୍ତୁ ଜାଣିବା …
ଭାରତୀୟ ଜଳ ବାହିନୀ- ଭାରତୀୟ ଜଳ ବାହିନୀ ବା ନେଭିର ଯବାନମାନେ ସାଲ୍ୟୁଟ ପାଇଁ ହାତ ପାପୁଲିର ସାହାଯ୍ୟ ନେଇଥାନ୍ତି। ହାତ ପାପୁଲିକୁ ମୁଣ୍ଡରୁ କିଛି ଦୂରରେ ରଖି ସାଲ୍ୟୁଟ କରିଥାନ୍ତି। ଏହି ସମୟରେ ହାତ ପାପୁଲି ଓ ଭୂମି ଭିତରେ ୯୦ ଡିଗ୍ରୀ କୋଣ ସୃଷ୍ଟି ହୋଇଥାଏ। ଜଳ ବାହିନୀରେ କାର୍ୟ୍ୟ କରୁଥିବା ନାବିକମାନଙ୍କ ହାତରେ ଲାଗିଥିବା ଗ୍ରୀସ ଓ ଅପରିଚ୍ଛନ୍ନତାକୁ ଲୁଚାଇବାକୁ ଏହିଭଳି ସାଲ୍ୟୁଟ ବ୍ୟବହାର କରାଯାଇଥାଏ।
ଭାରତୀୟ ବାୟୁସେନା- ୨୦୦୬ ମସିହ ମାର୍ଚ୍ଚ ମାସରେ ଏୟାର ଫୋର୍ସ ପାଇଁ ନୂଆ ସାଲ୍ୟୁଟ ଫର୍ମାଟ ଅଣାଯାଇଥିଲା। ଏୟାରଫୋର୍ସର ଯବାନମାନେ ସାଲ୍ୟୁଟ ମାରିବା ସମୟରେ ହାତ ପାପୁଲି ଓ ଭୂମି ଭିତରେ ୪୫ ଡିଗ୍ରୀ କୋଣ ସୃଷ୍ଟି ହୋଇଥାଏ। ପୂର୍ବରୁ ଏୟାରଫୋର୍ସର ସାଲ୍ୟୁଟ ତାରିକା ଆର୍ମି ଯବାନଙ୍କ ଭଳି ଥିଲା।
ଭାରତୀୟ ସ୍ଥଳ ବାହିନୀ- ସ୍ଥଳ ବାହିନୀର ଅଫିସର ଓ ଯବାନମାନେ ଖୋଲା ପୋଜ୍ରେ ଡାହାଣ ହାତରେ ସାଲ୍ୟୁଟ କରିଥାନ୍ତି। ସାଲ୍ୟୁଟ ମାରିବା ସମୟରେ ଆଙ୍ଗୁଳି ସବୁ ଲାଗି ଲାଗି ରହିଥାଏ। ସ୍ଥଳ ବାହିନୀର ଯବାନ ସାଲ୍ୟୁଟ ମାରିବା ସମୟରେ ପାପୁଲିର ଆଙ୍ଗୁଳି ସବୁ ସାମ୍ନାକୁ ଦେଖାଯାଇଥାଏ।