ମୁମ୍ବାଇ() ରାନୁ ମଣ୍ଡଳଙ୍କ ଉପରେ ତିଆରି ହେବ ବାୟୋପିକ ।ରାନୁଙ୍କ ଜୀବନ କାହାଣୀରେ ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ଋଷିକେଶ ମଣ୍ଡଳ ଏକ ବାୟୋପିକ୍ ତିଆରି କରିବାକୁ ଯୋଜନା କରୁଛନ୍ତି।ଏହି ଫିଲ୍ମରେ ରାନୁଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀଙ୍କୁ ଅଫର୍ କରାଯାଇଛି। ଏ ସମ୍ପର୍କିତ ସୂଚନା ସୁଦିପ୍ତା ନିଜେ ଗଣମାଧ୍ୟମକୁ ଦେଇଛନ୍ତି।
ଋଷିକେଶ ମଣ୍ଡଳ ଏହି ବାୟୋପିକ୍ର ନାଁ ମଧ୍ୟ ବାଛି ସାରିଲେଣି। ଫିଲ୍ମଟିର ନାଁ ହେଉଛି ‘ପ୍ଲାଟଫର୍ମ ସିଙ୍ଗର୍ ରାନୁ ମଣ୍ଡଳ’। ଫିଲ୍ମରେ ରାନୁଙ୍କର ରେଳ ଷ୍ଟେସନରୁ ବଲିଉଡ୍ ପର୍ୟ୍ୟନ୍ତ ଯାତ୍ରାର କାହାଣୀ ଦେଖିବାକୁ ମିଳିବ।