Odia News Portal

ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଦଳର ମହାରାଷ୍ଟ୍ର ଯାତ୍ରା

ଭୁବନେଶ୍ବର : ୨୭ତମ ଜାତୀୟ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଵାଳକ ଓ ବାଳିକା ଦଳ ସୋମବାର ରାତି ୯:୩୦ ପୁରୀ ଗାନ୍ଧୀଧାମ୍ ଏକ୍ସପ୍ରେସରେ ମହାରାଷ୍ଟ୍ର ଯାତ୍ରା କରିଛନ୍ତି । ଏହି ପତିଯୋଗିତା ମହାରାଷ୍ଟ୍ରର ନାଗପୁର ଠାରେ ଆସନ୍ତା ଅକ୍ଟୋବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୨୮ଟି ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ରାଜ୍ୟ ମିଶି ୩୨ଟି ଦଳ ଅଂଶ ଗ୍ରହଣ କରିବେ ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ ସବ୍ ଜୁନିୟର ବାଳକ ଦଳ ଚମ୍ପିଆନ ସହ ସ୍ଵର୍ଣ୍ଣ ପଦକ ହାସଲ କରିଥିଲା । ଏଥର ଵାଳକ ଓ ବାଳିକା ଉଭୟ ଦଳ ନିଶ୍ଚିତ ଭାବେ ଭଲ ଖେଳି ପୁଣି ଓଡିଶା ପାଇଁ ସଫଳତା ହାସଲ କରିବେ ବୋଲି ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ଦଳର ମୁଖ୍ୟ କୋଚ ଚକ୍ରଧର ମାଝି ଆଶାବ୍ୟକ୍ତ କରିଛନ୍ତି ।

ବାଳକ ଦଳ –
ରାହୁଲ ମୁଖି (ଅଧିନାୟକ), ଆଶିଷ କୁମାର ମହାନ, ଜ୍ଞାନ ରଞ୍ଜନ ପୃଷ୍ଟି, ଶ୍ରୀତମ ମହାନ୍ତି, ଲଷ୍ମୀଧର ମହାରଣା, ସମେରସ ପାତ୍ର, ଦିବ୍ୟକୃତି ପଟନାୟକ, ପ୍ରୟାସ ପରିଡା, ବିକାଶ ବେହେରା, ସତ୍ୟ ଶୁଭମ ସାହୁ, ଚିନ୍ମୟ ପାଲା, ଅଭିଷେକ ରେଡ୍ଡୀ, ଜେସୀମ ଦିଗଲ, ମାଣଜୀତ ଖୁରା, ଲେମ୍ବୁଧାର ନାୟକ

ବାଳିକା ଦଳ –
ଅପର୍ଣ୍ଣା ରାଣୀ ସାହୁ (ଅଧିନାୟକ), ଇତିଶ୍ରୀ ସେଠି, କଳ୍ପନା ହରିଜନ, ବିମଳା ମାଝୀ, ରଂଜିତା ନାୟକ, ଗୀତାଞ୍ଜଳି ନାୟକ, ରୀତିକା ଦିଗଲ, ସଂଘମିତ୍ରା ସାହୁ, ପ୍ରୀତି ସେଠି, ପ୍ରୀତିଲତା ନାୟକ, ଅନିଫ ହିଆଲ, ପ୍ରିୟା ପ୍ରଧାନ, ପାଲବୀ କୁମାରୀ, ନଦିନୀ ନାହାକ, ସୃତି ନାହାକ,
ଦେବବ୍ରତ ଦେଓ (ପ୍ରଶିକ୍ଷକ), ରଞ୍ଜନ ନାୟକ (ପ୍ରବନ୍ଧକ)

ଏହି ଦୁଇ ଦଳକୁ ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, ସହ ସମ୍ପାଦକ ସୋମନାଥ ପରିଡା, ଯୁଗ୍ମ ସମ୍ପାଦକ ସଂଜୟ ବିଶୋଇ, କୋଷାଧ୍ୟକ୍ଷ ଅଶୋକ ଦାସ, ମନଜ କୁମାର ସାହୁ ଏବଂ ପାର୍ଥସାରଥୀ ଜେନା (ସମାଜ ସେବୀ) ପ୍ରମୁଖ ଯାତ୍ରା ପୂର୍ବରୁ ଭୁବନେଶ୍ବର ଷ୍ଟେସନ ଠାରେ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।