Odia News Portal

ବିଜେପୁରରେ ବୁଣାକାର ଭୋଟ ହେବ ନିର୍ଣ୍ଣାୟକ

ଭୁବନେଶ୍ବର : ଏଥର ବିଜେପୁର ଉପନିର୍ବାଚନରେ ଫୋକସରେ ରହିବେ ବୁଣାକାର । ବୁଣାକାରମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ସହିତ କେଉଁ ସୁବିଧା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ତାର ପ୍ରଚାର ପ୍ରସାର କରିବାକୁ ଆସନ୍ତା ୧୪ରେ ବିଜେପୁର ଆସୁଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ।
ବିଶେଷ କରି ବିଜେପୁର ନିର୍ବାଚନ ମଣ୍ଡଳୀରେ ହଜାର ହଜାର ସଂଖ୍ୟାରେ ବୁଣାକାର ବସବାସ କରନ୍ତି । ସେମାନଙ୍କ ନିକଟରେ କେନ୍ଦ୍ରୀୟ ଯୋଜନା କିପରି ପହଁଚୁଛି ଆଉ କ’ଣ କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି ସେନେଇ ଅବଗତ କରାଇବେ କେନ୍ଦ୍ରମନ୍ତ୍ରୀ । ଏନେଇ ସ୍ମୃତି ଇରାନୀ ଅତିକମରେ ଦୁଇ ଥର ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଗତ ଉପନିର୍ବାଚନ ସମୟରେ ମଧ୍ୟ ଦଳ ତାଙ୍କୁ ଆଣି ପ୍ରଚାର କରିଥିଲେ । ଦଳର ନେତାଙ୍କ କହିବାର କଥା, ସ୍ମୃତିଙ୍କ ପ୍ରଚାର ଦଳକୁ ଅନେକ ଫାଇଦା ଦେଇଛି । ଆଉ ଏଥର ମଧ୍ୟ ଦେବ । ସେ ସିଧାସଳଖ କିଛି ବୁଣାକାର ପରିବାରକୁ ଭେଟିବା ସହିତ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ଶେଷ କରି ବିଜେପୁର ନିର୍ବାଚନ ମଣ୍ଡଳୀରେ ହଜାର ହଜାର ସଂଖ୍ୟାରେ ବୁଣାକାର ବସବାସ କରନ୍ତି । ସେମାନଙ୍କ ନିକଟରେ କେନ୍ଦ୍ରୀୟ ଯୋଜନା କିପରି ପହଁଚୁଛି ଆଉ କ’ଣ କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି ସେନେଇ ଅବଗତ କରାଇବେ କେନ୍ଦ୍ରମନ୍ତ୍ରୀ । ଏନେଇ ସ୍ମୃତି ଇରାନୀ ଅତିକମରେ ଦୁଇ ଥର ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ଉପନିର୍ବାଚନ ସମୟରେ ମଧ୍ୟ ଦଳ ତାଙ୍କୁ ଆଣି ପ୍ରଚାର କରିଥିଲେ । ଦଳର ନେତାଙ୍କ କହିବାର କଥା, ସ୍ମୃତିଙ୍କ ପ୍ରଚାର ଦଳକୁ ଅନେକ ଫାଇଦା ଦେଇଛି । ଆଉ ଏଥର ମଧ୍ୟ ଦେବ । ସେ ସିଧାସଳଖ କିଛି ବୁଣାକାର ପରିବାରକୁ ଭେଟିବା ସହିତ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )