Odia News Portal

ସବୁ ଧର୍ମକୁ ସମ୍ମାନ କରି ସାଂସଦ କଲେ ଏହି କାମ

କୋଲକାତା() ତ୍ରୁଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ଦୁର୍ଗାପୂଜାରେ ବିଶେଷ କରି ବଙ୍ଗାଳି ପରିବାରର ସଧବା ନାରୀମାନେ ମା’ଙ୍କ ସାମ୍ନାରେ ସିନ୍ଦୁର ଖେଳି ଥାଆନ୍ତି। ଏଥିରେ ଜଣେ ଅନ୍ୟ ଜଣଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଥାଆନ୍ତି। ହେଲେ ନୁସରତ ଜଣେ ମୁସଲମାନ ପରିବାରର ଝିଅ ହୋଇଥିବା ବେଳେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଚଳିତ ବର୍ଷ ବିବାହ କରିଛନ୍ତି। ଏହାପରେ ସେ ହିନ୍ଦୁ ରୀତିନିତି ଅନୁଯାୟୀ ଶଙ୍ଖା ଓ ମଙ୍ଗଳସୂତ୍ର ପିନ୍ଧୁଥିବା ବେଳେ ଚଳିତବର୍ଷ ଦୂର୍ଗାପୂଜାରେ ଭାଗନେବା ସହ ସିନ୍ଦୁର ଖେଳ ଖେଳିଛନ୍ତି। ଆଉ କହିଛନ୍ତି ସେ ସବୁ ଧର୍ମକୁ ସମ୍ମାନ କରନ୍ତି।