Odia News Portal

ସଲମାନ୍ ଖାନ୍ ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ଲଞ୍ଚ

ବମ୍ବେ : ପୁଣି ଫେରିବେ ଭାଇଜାନ୍‌ । ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ଦମଦାର ଉପହାର ଦେଇଛନ୍ତି ବଲିଉଡର ଭାଇଜାନ୍‌ ସଲମାନ ଖାନ୍ । ସଲମାନ୍ ଖାନ୍ ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ମଧ୍ୟ ଲଞ୍ଚ ହୋଇଯାଇଛି । କିନ୍ତୁ ଏନେଇ ଆଶା ମଧ୍ୟ କରାଯାଇନଥିଲା ଯେ ଏତେ ଶୀଘ୍ର ଫିଲ୍ମର ମୋଶନ ପୋଷ୍ଟର ଲଞ୍ଚ ହୋଇଯିବ । ଭଂସାଲୀଙ୍କ ଫିଲ୍ମରୁ ଦୂରେଇବା ପରେ ଭାଇଜାନ ନିଜ ଫିଲ୍ମର ସୁଟିଂରେ ଲାଗିପଡିଥିଲେ । ପ୍ରଥମେ ଦବଙ୍ଗ ୩ର ସୁଟିଂ ଶେଷ ହେବା ପରେ ଭାଇଜାନ କେଉଁ ଫିଲ୍ମରେ ନଜର ଆସିବେ ବୋଲି ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସି ସାରିଛି ଏହି ଦମଦାର୍ ଟିଜର୍ ।

ଫିଲ୍ମ ‘ରାଧେ’ ରେ ମଧ୍ୟ ପ୍ରଭୁ ଦେବା ନିର୍ଦ୍ଦେଶିତ କରୁଛନ୍ତି। ଏହି ସମ୍ପର୍କରେ ପ୍ରଭୁ ଦେବା ନିଜେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଜଣାଇଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ‘ରାଧେ’ରେ ସଲମାନ୍ ଖାନ୍ ପୋଲିସ ଭୂମିକାରେ ନଜର ଆସିବେ । ଦବଙ୍ଗ ୩ରେ ସଲମାନଙ୍କ କାମ ସରିସାରିଛି । ଏଥିପାଇଁ ଏବେ ତାଙ୍କ ସବୁ ଫୋକସ୍ ଆଗାମୀ ବର୍ଷ ଇଦ୍ ରେ ହେବାକୁ ଥିବା ଫିଲ୍ମ ରାଧେ ଉପରେ ରହିଛି । ଏହି ଫିଲ୍ମ ଉପରେ ସଲମାନ୍ ଓ ତାଙ୍କ ଫ୍ୟାନ୍ସ ସମସ୍ତଙ୍କ ବହୁତ ଆଶା ରହିଛି ।

ରାଧେ ନାଁ ସଲମାନ୍ ଖାନଙ୍କ ପାଇଁ ବହୁତ ଲକି । ଯେଉଁ ଫିଲ୍ମରେ ତାଙ୍କ ନାଁ ରାଧେ ହୋଇଥାଏ ସେହି ଫିଲ୍ମ ବକ୍ସ ଅଫିସରେ ବହୁତ ଆୟ କରିଥାଏ । ଫିଲ୍ମ ୱାଣ୍ଟେଡ୍ ପରେ ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଷ୍ଟାରଡମ୍ ମିଳିଥିଲା । ସେଥିରେ ସଲମାନଙ୍କ ନାଁ ରାଧେ ହୋଇଥିଲା । ତେବେ ଏହି ଟିଜରଟି ବହୁତ ଦମଦାର ହୋଇଛି । ତେବେ ଏଥିରେ କିଏ ହିରୋଇନ୍ ରହିବ ସେନେଇ କିଛି ସୂଚନା ମିଳିନାହିଁ ।