Odia News Portal

ରାକ୍ଷୀ ପୁଣିଥରେ ଫ୍ୟାନ୍‌ଙ୍କୁ ଦେଲେ ସରପ୍ରାଇଜ୍‌

ଡ୍ରାମା କୁଇନ୍‌ ଭାବେ ପରିଚିତ ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିବାକୁ କିଛି ନା କିଛି କାମ କରିଥାନ୍ତି। ସେ ଭଲ ହେଉ ବା ଖରାପ ତାଙ୍କୁ ସେଥିରେ କୌଣସି ଫରକ ପଡ଼ିନଥାଏ। ଗତ କିଛି ଦିନ ହେବ ରାକ୍ଷୀ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଜଣେ ଏନ୍‌ଆରଆଇ ବିଜ୍‌ନେସ୍‌ ମ୍ୟାନ୍‌ଙ୍କୁ ବିବାହ କରିଛନ୍ତି ବୋଲି କହିବୁଲୁଛନ୍ତି। ମାତ୍ର ରାକ୍ଷୀ ଏବେ ପର୍ଯ୍ୟନ୍ତ ନିଜ ସ୍ୱାମୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି। ଏଣୁ ତାଙ୍କ ବିବାହକୁ ଲୋକେ ମିଛ ଭାବୁଛନ୍ତି। ତେବେ ଇତିମଧ୍ୟରେ ରାକ୍ଷୀ ପୁଣିଥରେ ଫ୍ୟାନ୍‌ଙ୍କୁ ଏକ ସରପ୍ରାଇଜ୍‌ ଦେଇଛନ୍ତି।

ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଘର ଭିତରର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାପସନ୍‌ ଲେଖିଛନ୍ତି ‘ମୋ ଘର, ମୁଁ ମୋ ସ୍ୱାମୀଙ୍କ ହୃଦୟ ଓ ଘରର ରାଣୀ’। ତେବେ ଏହି ଭିଡିଓରୁ ଅନୁମାନ କରାଯାଉଛି ଯେ ଘରଟି ରାକ୍ଷୀଙ୍କ ସ୍ୱାମୀଙ୍କ ଘର ବୋଲି। ଘରର ଭିତର ଖୁବ୍‌ ରୟାଲ ଲାଗୁଥିବା ବେଳେ ସାଜସଜ୍ଜା ମଧ୍ୟ ଖୁବ୍‌ ଆକର୍ଷକ ହୋଇଛି।