Odia News Portal

ଅନନ୍ୟା ଜିତିଲେ ଓଡ଼ିଶା କୁଇନ୍‌ ଟାଇଟେଲ୍‌

ଭୁବନେଶ୍ୱର : ଓଡିଶା କୁଇନ୍‌ ମୁକୁଟ ଜିତିଛନ୍ତି ଅନନ୍ୟା ଆଚାର୍ଯ୍ୟ । ଏଥିରେ ସୌମ୍ୟା ସାହୁ ରନରସ୍‌ଅପ୍‌ ହୋଇଥିବା ବେଳେ ଇଭା ଜେମସ୍‌ ରୁଦ୍ରାଙ୍ଗି ଦ୍ୱିତୀୟ ରନରସ୍‌ଅପ୍‌ ହୋଇଥିଲେ ।

ବଲିଉଡ୍‌ ସୁନ୍ଦରୀ ଜରିନ୍‌ ଖାନ ଏଥିରେ ସେଲିବ୍ରେଟି ଜଜ୍‌ ଓ ଜାତୀୟ ସ୍ତରର ଫେସନ୍‌ କୋରିଓଗ୍ରାଫର କେୟୁର ଦେଶାଇ,ମେକ୍‌ଅପ୍‌ ଷ୍ଟାଇଲିସ୍‌ ବର୍ଣ୍ଣାଲି ଭୁୟାଁ , ଅଲିଉଡ୍‌ ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ସୁନ୍ଦର କେଶ, ସ୍କିନ୍‌ ଓ ଲେଗ୍‌ ପାଇଁ ମଧ୍ୟ ଏଥିରେ ପୁରସ୍କାର ଦିଆଯାଇଥିଲା ।