Odia News Portal

ଆସିଲା ‘ଗୁଡ୍‌ ନ୍ୟୁଜ୍‌’ ପୋଷ୍ଟର, ଚଳିତ ମାସ ହେବ ରିଲିଜ…

ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ଗୁଡ୍‌ ନ୍ୟୁଜର ପୋଷ୍ଟର ସାମ୍ନାକୁ ଆସି ସାରିଛି। ସୁପରଷ୍ଟାର ଅକ୍ଷୟ କୁମାର ନିଜ ଟ୍ବିଟର ଆକାଉଣ୍ଟରେ ଅଲଗା ଅଲଗା ପୋଷ୍ଟର ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ କରି ଅକ୍ଷୟ ଲେଖିଛନ୍ତି ଯେ କ୍ରିସମାସ ସିଜିନ୍‌ରେ ଗୁଡ ନ୍ୟୁଜ ଚାରିଆଡ଼େ ଖେଳିଯିବ।

ସେହିପରି ଦ୍ବିତୀୟ ପୋଷ୍ଟରରେ ମଧ୍ୟ ଅକ୍ଷୟ କୁମାର ଦୁଇଜଣଙ୍କ ଅଭିନେତ୍ରୀଙ୍କ ମଝିରେ ନଜର ଆସୁଛନ୍ତି। ଏହି ଫିଲ୍ମରେ ବହୁ ବରିଷ୍ଠ କଳାକାର ଅଭିନୟ କରିଛନ୍ତି। କରୀନା ଓ ଅକ୍ଷୟଙ୍କ ଯୋଡି ବହୁ ଫିଲ୍ମରେ ହିଟ୍ ହୋଇଥିବାର ରେକର୍ଡ ରହିଛି। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରେ ନିର୍ମିତ ଏହି ଫିଲ୍ମରେ ରାଜ ମେହତା ନିର୍ଦେଶନା ଭାବେ ଡେବ୍ୟୁ କରିବେ। ଏହି ପିଲ୍ମ ଡିସେମ୍ବର ୨୭ ତାରିଖରେ ରିଲିଜ ହେବ।