Odia News Portal

ପଢ଼ନ୍ତୁ ଜଗନ୍ନାଥଙ୍କ ସତ୍ୟ ଲୀଳା,ଦୁଃଖରୁ ମିଳିବ ମୁକ୍ତି

ବହୁ ବର୍ଷ ପୂର୍ବେ ଯେବେ ପୂରୀ ଏତେ ବିକାଶ ହୋଇ ନ ଥିଲା । ଗଜପତି ମହାରାଜ ଙ୍କ ଶାସନ ଥିଲା । ଏକଦା ଗଜପତି ମହାରାଜ ଘୋଡ଼ା ରେ ବସି ନଗର ପରିକ୍ରମା କରୁଥିଲେ। ବାଟରେ ଗୋଟେ ମନ୍ଦିର ପଡିଲା.ଜଗନ୍ନାଥ ଙ୍କ ମନ୍ଦିର,ଗଜପତି ରାଜା ଅଶ୍ୱ ରୁ ଓଲ୍ଲାଇ ମନ୍ଦିର ଭିତରକୁ ଗଲେ ଓ ଜଗନ୍ନାଥ ଙ୍କୁ ପ୍ରଣାମ କଲେ. ପୂଜାରୀ ଗଜପତି ଙ୍କୁ ଦେଖି ପ୍ରଣାମ କଲେ ଓ ଭୋଗ ଦେଲେ,ଦୁର୍ଭାଗ୍ୟ ବଶତଃ ପୂଜାରୀ ଙ୍କ ଗୋଟେ କେଶ ଭୋଗରେ ପଡିଯାଇ ଥିଲା, ଗଜପତି ଦେବରାଗିଗଲେ। ଏବଂ ପଚାରିଲେ- ପୂଜାରୀ ଏ କେଶ କ।ହାର?

ପୂଜାରୀ ଡରିଗଲେ ଏବଂ ଭାବିଲେ ଯଦି ମୁଁ କହିବି ଏହା ମୋ କେଶ ତେବେ ରାଜ ଦରବାରରେ ରାଜକ୍ଷ ନିଶ୍ଚୟ ମତେ ଦଣ୍ଡିତ କରିବେ । ରାଜା ପୂଣି ପଚାରିଲେ ଆରେ ପୂଜାରୀ ଏ କେଶ କାହାର? ପୂଜାରୀଙ୍କ ମୁହଁରୁ ସ୍ଵତଃ ବାହାରି ଗଲା – ଜଗନ୍ନାଥଙ୍କର ! ଏହା ଶୁଣି ଗଜପତି ଭାବିଲେ ଏ ନିଶ୍ଚୟ ମିଛ କହୁଛି,ସେ କହିଲେ ଏହା କିପରି ସମ୍ଭବ ? ଜଗନ୍ନାଥଙ୍କର କେଶ ତ ନାହିଁ ?

ଗଜପତି ମହାରାଜ କହିଲେ ହଉ ମୁଁ କ।ଲି ଆସିବି ପୁଣି, ଦେଖିବାକୁ ଯେ ତୁମ ମନ୍ଦିରରେ ଥିବା ଜଗନ୍ନାଥଙ୍କ ପ୍ରତିମା ର କେଶ ଅଛି କି ନାହିଁ, ଯଦି ତୁମେ ମିଛ କହୁଥାଓ ତୁମକୁ କାରାଗାର ରେ ପକାଇ ଦିଆଯିବ ।ଗଜପତି ମହାରାଜ ଚାଲିଗଲେ । ପୂଜାରୀ ଦଉଡି ଆସିଲେ ଜଗନ୍ନାଥଙ୍କ ପାଖକୁ ଏବଂ କହିଲେ ପ୍ରଭୁ ମୁଁ ଭୁଲ କରିଦେଇଛି,
ମୋ ପିଲାମାନେ ତୁମକୁ ଲାଗିଲେ ..

ରାଜା ନିଶ୍ଚୟ ମତେ କାରାଗାର କୁ ପଠାଇ ଦେବେ ଯେତେବେଳେ ସେ ଆପଣଙ୍କ ପ୍ରତିମାରେ କେଶ ନ ପାଇବେ ଏହା କହି ମନ ଦୁଖ ରେ ପୂଜାରୀ ଘରକୁ ଗଲେ। ରାତିରେ ପୂଜାରୀ ସପନ ଦେଖିଲା ଜଗନ୍ନାଥ କହୁଛନ୍ତି ତୁ ବ୍ୟସ୍ତ ହନ।,ମୁଁ ଅଛି.

ପର ଦିନ ପୂଜାରୀ ମନ୍ଦିର ଗଲା । କାଳ ଧୂପ ସରିଲା । ରାଜା ତାଂ କ ସୈନ୍ୟ ବାହିନୀ ଧରି ଆସିଲେ,ସିଧା ପଶିଗଲେ ଗର୍ଭଗୂହକୁ

ଜଗନ୍ନାଥଙ୍କ ପ୍ରତିମା ପାଖରେ ଠିଆ ହୋଇ ପୂଜାରୀ କୁ ଆଙ୍ଗୁଳି ଦେଖାଇ କହିଲେ-ପୂଜାରୀ ଯଦି କାଳିଆ ର କେଶ ନ ଥିବ ତତେ ଆଜି କାରାଗାର ହେବାରୁ କେହି ବଞ୍ଚାଇପାରିବେନି । ତାପରେ ସେ ଜଗନ୍ନାଥଙ୍କ ମୁଣ୍ଡ ରୁ ପଛ ପଟକୁ ହାତ ମାରିଲେ ଓ ଏ କଣ? ଗଜପତି ମହାରାଜ ଦେଖିଲେ ବାର ହାତ ଲମ୍ବର କେଶ ଗୁଛ ଲମ୍ବିଯାଇଛି ଜଗନ୍ନାଥଙ୍କ ମସ୍ତକରୁ ।

ସେ ଭାବିଲେ ଏ ପୂଜାରୀ ନିଶ୍ଚୟ ନକଲି କେଶ ଲଗାଇ ଦେଇଛି ଜଗନ୍ନାଥଙ୍କ ମସ୍ତକରେ ,ସେ କିଛି କେଶ କୁ ଧରି ଓପାଡି ଆଣିଲେ,ବହି ଆସିଲା ରକ୍ତର ଧାର ମହାପ୍ରଭୁଙ୍କ ମସ୍ତକରୁ ଏହା ଦେଖି ଗଜପତି ଚିତ୍କାର କଲେ:ତ୍ରାହିମା ତ୍ରାହି ମାଁ ତ୍ରାହିମା ପୂଜାରୀ ସମେତ ସୈନ୍ୟଦଳ ଦଉଡ଼ି ଆସିଲେ  ପୂଜାରୀ ଦେଖିଲେ ମହାପ୍ରଭୁଙ୍କ ମୁଣ୍ଡରେ ରକ୍ତ । ଗଜପତିଙ୍କ ହାତରେ କେଶ.. ସେସବୁ ବୁଝିଗଲେ ..

ଦଉଡ଼ିଗଲେ ନିଜ ପିନ୍ଧା ଲୁଗା ରେ ପ୍ରଭୁଙ୍କ ମୁଣ୍ଡ ରୁ ରକ୍ତ ପୋଛି ଦେଲେ, ଭାବରେ କାନ୍ଦି ପକାଇଲେ-କହିଲେ ପ୍ରଭୁ, ମୋ ପରି ଅଧମ ପାଇଁ ଆପଣ ଏତେ କଷ୍ଟ ପାଇଲେ କାଳିଆ.. କିଏ ହବ ରେ ତୋ ଭଳିଆ ଏପଟେ ଗଜପତି କାନ୍ଦୁଛନ୍ତି ।

ସୈନ୍ୟଦଳ ପଚାରୁଛନ୍ତି ମଣିମା – ମଣିମା ଆରପଟ ରେ ପୂଜାରୀ ସମେତ ଗ୍ରାମର ଲୋକେ ଜଗନ୍ନାଥ ଙ୍କ ଚରଣରେ କ୍ରନ୍ଦନରତ ..ଆ ହାରେ କାଳିଆଟ୍ଟ ଭକ୍ତପାଇଁ ପରା ତୋ ଜୀବନ ଏହି ଚିତ୍ର ସେ କାହାଣୀ ବର୍ଣ୍ଣନାକରୁଅଛି ।