Odia News Portal

ବିଜେପିକୁ ଗାନ୍ଧୀ ଅଡୁଆ : ଫାଇଦାରେ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ବିଜେପିକୁ ଏବେ ବିଧାନସଭାରେ ମହାତ୍ମା ଗାନ୍ଧୀ ପ୍ରସଙ୍ଗ ଅଡୁଆ ହୋଇଛି । ଗାନ୍ଧୀଙ୍କ ସଂକ୍ରାନ୍ତରେ ଭୁଲ୍‍
ସୂଚନା ଦେଇ ବିଜେଡି ଯେତିକି ଅକଳରେ ପଡିନାହିଁ ତାହାଠାରୁ ଅଧିକ ଅକଳରେ ପଡିଛି ବିଜେପି । ଏହି ପ୍ରସଙ୍ଗରେ ଦଳ କଣ
କରିବ ତାହା ଜାଣିପାରୁ ନଥିବା ଦେଖିବାକୁ ମିଳିଛି ।
ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ବୋଲି ଲେଖାଥିବା ପତ୍ରିକା ଖୋଦ୍‍ ସରକାର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ
ବାଣ୍ଟିବାପରେ ବିଧାନସଭାରେ ଏହି ପ୍ରସଙ୍ଗକୁ ଜାବୁଡି ଧରିଛି କଂଗ୍ରେସ । ଗାନ୍ଧୀଙ୍କୁ ଢାଲ କରି କଂଗ୍ରେସ ସଦସ୍ୟମାନେ ଉଭୟ
ବିଜେଡି ଓ ବିଜେପିକୁ ଘାଇଲା କରିବାରେ ଲାଗିଛନ୍ତି ।
ତେବେ କଂଗ୍ରେସ ନେତାଙ୍କ ନିଶାଣ କିନ୍ତୁ ଅଧିକ ରହୁଛି ବିଜେପି ଆଡେ । ଏଭଳି ଲେଖାପାଇଁ କଂଗ୍ରେସ ବିଜେପିକୁ ଦାୟୀ କରିବା ସହିତ ନାଥୁରାମ ପ୍ରସଙ୍ଗକୁ ବାରମ୍ବାର ଉଠାଇବାରେ ଲାଗିଛି । ଏପରିକି ରାଜସ୍ୱମବୀ ଗୃହରେ ଜମି ସଂକ୍ରାନ୍ତୀୟ ଉତ୍ତର ରଖିଲାବେଳେ କଂଗ୍ରେସ ତାହା ସହିତ ଗାନ୍ଧୀ ପ୍ରସଙ୍ଗକୁ ଯୋଡି ବିଜେପି ଆଡେ ତେରେଛା ବାଣ ମାରିବାକୁ ପଛାଉନାହିଁ । ଗାନ୍ଧୀ ପ୍ରସଙ୍ଗ ଆଳରେ କଂଗ୍ରେସ ବିଜେଡି-ବିଜେପି ସମ୍ପର୍କକୁ ଉଖୁରାଉଛି । ମହାତ୍ମାଗାନ୍ଧୀ ପ୍ରସଙ୍ଗଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ କଂଗ୍ରେସ ଏଥିରୁ ଫାଇଦା ଉଠାଇଲା । ଅବସ୍ଥା ଏଭଳି ହେଲା ଯେ ବିଜେଡିର ବରିଷ୍ଠନେତାମାନେ ବି କଥା କଥାରେ କଂଗ୍ରେସ ସହିତ ସ୍ୱର ମିଳାଇ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇଲେ ନାହିଁ ।
ପରିସ୍ଥିତିକୁ ଦେଖି ସରକାର ଏହା ଉପରେ ଉତ୍ତର ରଖିବାପାଇଁ ବାଚସ୍ପତି ନିର୍ଦ୍ଦେଶ ଦେବାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମବୀ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଗୃହରେ ଘୋଷଣା କଲେ । ମବୀଙ୍କ ଘୋଷଣା ପରେ ବି କଂଗ୍ରେସ ଏହି ପ୍ରସଙ୍ଗକୁ ଛାଡିବାକୁ ନାରାଜ । ତେବେ ଏହି ପ୍ରସଙ୍ଗରେ କଂଗ୍ରେସକୁ ଭଲ ଫାଇଦା ମିଳିଥିବା ଆକଳନ
କରାଯାଉଛି । ହେଲେ ସରକାର ଏଭଳି ଅକ୍ଷମଣୀୟ ଭୁଲ୍‍ କରିଥିବାବେଳେ ବିଜେପି କିଛି କରିପାରିଲା ନାହିଁ । ଯଦିଓ ସ୍ମିତାରାଣୀ ପ୍ରସଙ୍ଗକୁ ବିଜେପି ଆଳକରି ବିଧାନସଭାରେ ହ…ଗୋଳ କରୁଛି ତଥାପି ଦଳୀୟ ବିଧାୟକମାନେ ଚାହିଁଥିଲେ ପ୍ରଥମ ଦୁଇଦିନରେ ଗାନ୍ଧୀ ପ୍ରସଙ୍ଗକୁ ଅସ୍ତ୍ର କରିପାରିଥାନ୍ତେ ।
ହେଲେ ସେମାନେ ଏହା କରିପାରିଲେ ନାହିଁ । ରାଜନୈତିକ ବିଶ୍ଲେଷକମାନଙ୍କ ମତରେ ଗାନ୍ଧୀ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ଅଧିକ ଆକ୍ରମଣ କରିବାକୁ ସୁଯୋଗ ପାଇଥାନ୍ତା । ବିଜେପି ନେତାମାନେ ବି ଗାନ୍ଧୀ ମୃତ୍ୟୁ ପାଇଁ ନାଥୁରାମକୁ ଦାୟୀକରି ବକ୍ତବ୍ୟ ଦେଇପାରି ନଥାନ୍ତେ । ତେଣୁ ମୋଟାମୋଟି ଭାବେ ଗାନ୍ଧୀ ପ୍ରସଙ୍ଗରେ କଂଗ୍ରେସକୁ ଏକ ପ୍ରକାର ଡବଲ ଫାଇଦା ମିଳିଗଲା । ଗୋଟିଏ ପଟେ ବିଜେଡି ଓ ଅନ୍ୟ ପଟେ ବିଜେପିକୁ କଡା ସମାଲୋଚନା କରିବାର ମଉକା ପାଇଗଲା ଦଳ । କଂଗ୍ରେସ ସଦସ୍ୟଙ୍କ କଟୂ ସମାଲୋଚନାର ଶିକାର ହୋଇ ସରକାର ବିଧାନସଭାରେ ସ୍ପଷ୍ଟିକରଣ ଦେବା ସହିତ
ନିଲମ୍ବନ ଓ କୈଫତ ତଲବ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେଲେ ।
ଅନ୍ୟ ପଟେ କଂଗ୍ରେସ ସଦସ୍ୟଙ୍କ ସମାଲୋଚନାର ଶିକାର ହୋଇ ମଧ୍ୟ ବିଜେପି ଏହି ପ୍ରସଙ୍ଗରେ ଯେଭଳି ପ୍ରତିବାଦ କରିବାକଥା ତାହା କରିପାରିଲା ନାହିଁ । ଗୋଟିଏ ପଟେ ସ୍ମିତାରାଣୀ ପ୍ରସଙ୍ଗରେ ନିଜେ ଦେଇଥିବା ମୁଲତବୀ ନୋଟିସ୍‍ ପ୍ରତ୍ୟାହାର କରି କଂଗ୍ରେସକୁ ସମାନ ପ୍ରସଙ୍ଗରେ ସୁଯୋଗ ଦେଇଥିବାବେଳେ ଗାନ୍ଧୀମୃତ୍ୟୁ ପ୍ରସଙ୍ଗରେ ନିରବ ରହିବାପରେ ଏବେ ଓଡିଶା ବିଜେପିକୁ ଗାନ୍ଧୀ ଅଡୁଆ ଓ କଂଗ୍ରେସକୁ ଫାଇଦା ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି ।