Odia News Portal

ବାହା ନହୋଇ ୨ ସନ୍ତାନର ମା’ ହୋଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ()  ୧୯୯୪ରେ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ ସୁସ୍ମିତା ସେନ । ଏହାପରେ ସେ କେତେ ଗୁଡିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନପସନ୍ଦର ନାୟିକା ପାଲଟି ଯାଇଥିଲେ। ୪୪ ବର୍ଷରେ ପଦାର୍ପଣ କରି ମଧ୍ୟ ଏବେ ପର୍ୟ୍ୟନ୍ତ ସେ କୁମାରୀ ହୋଇ ରହିଛନ୍ତି। ହେଲେ ଏବେ ସେ ତାଙ୍କଠାରୁ ୧୫ ବର୍ଷ ସାନ ମଡେଲ ରୋହମନ ସଲଙ୍କ ସହ ରିଲେସନଶିପକୁ ନେଇ ଅଛନ୍ତି ଚର୍ଚ୍ଚାରେ।ତେବେ ଏହା ତାଙ୍କ ପାଇଁ ନୂଆ ନୁହେଁ ବୋଲି କୁହାଯାଏ। କାରଣ ଏହା ପୂର୍ବରୁ ତାଙ୍କର ପ୍ରାୟ ୧୦ ଜଣଙ୍କ ସହ ଆଫେୟାର୍ସ ଥିଲା ବୋଲି ଶୁଣିବାକୁ ମିଳେ।

ହେଲେ ଏପର୍ୟ୍ୟନ୍ତ ବିବାହ କରି ନ ଥିବା ସୁସ୍ମିତା କ୍ୟାରିୟର ଆରମ୍ଭରୁ ଝିଅ ରେନିଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଆଉ ଏହାର କିଛି ବର୍ଷ ପରେ ଝିଅ ଅଲିଷାକୁ ମଧ୍ୟ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ବଲିଉଡ୍ର ସିଙ୍ଗଲ ମଦର ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।