Odia News Portal

ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା

ସ୍ୱାଧିକାର ନ୍ୟୁଜ() ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା। ଯେଉଁ ଦିନ ସେ କୃଷ୍ଣଙ୍କ ନାମ ଶୁଣିଲେ ସେଦିନ ତାଙ୍କ ଆଖି ଖୋଲିବା ସହ ସେ ଦୁନିଆ ଦେଖିଥିଲେ। ରାଧାଙ୍କ ନାମାନୁସାରେ ଏକ ଗାଁ ବି ରହିଛି ଯାହାକୁ ଲୋକେ ବରସାନା ବୋଲି କହନ୍ତି। ସେତେବେଳେ କଂସର ରାଜୁତି ଥିଲା। ତା ସୈନ୍ୟଙ୍କ ଭୟରେ ଲୋକେ ଗାଁ ଗଣ୍ଡା ଛାଡି ବଣ ଜଙ୍ଗଲକୁ ପଳାୟନ କରୁଥିଲେ। ଯେତେବେଳେ ବି ଗୋପପୁରକୁ କଂସର ଲୋକେ ଆସୁଥିଲେ ଗ୍ରାମବାସୀ ନିକଟସ୍ଥ ପାହାଡକୁ ଚାଲିଯାଉଥିଲେ। ଏଣୁ ପାହାଡ ଉପରେ ଆଉ ଏକ ଗାଁ ଗଢି ଉଠିଥିବା ବେଳେ ତା ନାମ ବରସାନା ରଖାଯାଇଥିଲା। ଏଠାରେ ରାଧାକୃଷ୍ଣଙ୍କ ପ୍ରେମର ପ୍ରମାଣ ଆଜି ବି ପ୍ରତିଭାତ ହେଉଛି। ବରସାନା ଗାଁରେ ଥିବା ଉଦ୍ୟାନରେ ଦୁଇଟି ବୃକ୍ଷ ଅଛନ୍ତି । ଏଥିରୁ ଗୋଟିକର ରଙ୍ଗ ଧବଳ ହୋଇଥିବା ବେଳେ ଅନ୍ୟଟି ଶ୍ୟାମ ବର୍ଣ୍ଣର।