Odia News Portal

କାଲି ପ୍ରଥମ ଲଢେ଼ଇ

ହାଇଦ୍ରାବାଦ() ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତାକାଲିଠାରୁ ଟି-୨୦ ସିରିଜ୍ ଅ ।ରମ୍ଭ ହେବ । ସିରିଜର ପ୍ରଥମ ମ୍ୟାଚ୍ ଏଠାକାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ଜରିଆରେ ଭାରତ ଅ ।ସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି । ଲୋକେଶ ରାହୁଲ୍ ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ଟିମରେ ସ୍ଥାନ ପକ୍କା କରିବା ପାଇଁ ·ହିଁବେ । ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗିଥିବା ଭାରତୀୟ ଟିମରେ କିଛି ଖେଳାଳିଙ୍କର ସ୍ଥାନ ଏପର୍ଯ୍ୟନ୍ତ ପକ୍କା ହୋଇନାହିଁ । ତେଣୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି ସେମାନେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ରାହୁଲଙ୍କ ନାଁ ସାମିଲ୍ ଅଛି । ଆଘାତପ୍ରାପ୍ତ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧନଙ୍କ ଅନୁପସ୍ଥିତିରେ ରାହୁଲ୍ ଏହି ସିରିଜରେ ରୋହିତ ଶର୍ମାଙ୍କ ଯୋଡ଼ିଦାର ଭାବେ ନିଜ ସ୍ଥାନକୁ ସୁନିଶ୍ଚିତ କରିବାକୁ ହେବ ।