Odia News Portal

ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ କଲା ଏହି ଫିଲ୍ମ, ଦେଖନ୍ତୁ ଭିଡିଓ

ମୁମ୍ବାଇ()  ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ ଆୟ କରିସାରିଲାଣି ‘ଦବଙ୍ଗ ୩’। ଆମାଜନ୍ ପ୍ରାଇମ୍ ଅନ୍ଲାଇନ୍ ଷ୍ଟ୍ରିମିଂ, ଟି’ ସିରିଜ୍କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଛି।

ସୂଚନା ଅନୁଯାୟୀ, ଏହି ଫିଲ୍ମ ନିଜ ଡିଜିଟାଲ୍ ରାଇଟ୍ସକୁ ଆମାଜନ୍ ପ୍ରାଇମ୍କୁ ୬୦ କୋଟି ଟଙ୍କାରେ ବିକ୍ରି କରିଛି। ସେହିପରି ସ୍ୟାଟେଲାଇଟ୍ ରାଇଟ୍ସକୁ ୮୦ କୋଟି ଟଙ୍କାରେ ଜି’ ନେଟ୍ୱାର୍କକୁ ବିକ୍ରି କରିଛି। ଏହା ବ୍ୟତୀତ ଟି’ ସିରିଜ୍ ୧୫ କୋଟି ଟଙ୍କା ଦେଇ ଫିଲ୍ମର ମ୍ୟୁଜିକ୍ ରାଇଟ୍ସ କିଣିଛି।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ସଲ୍ମାନ୍ଙ୍କ ସୁପର୍ହିଟ୍ ଫିଲ୍ମ ‘ଦବଙ୍ଗ’ର ତୃତୀୟ ପାର୍ଟ। ଏହା ପୂର୍ବରୁ ‘ଦବଙ୍ଗ’ର ଦୁଇଟି ଯାକ ପାର୍ଟ ସୁପର୍ହିଟ୍ ହୋଇଥିଲା। ‘ଦବଙ୍ଗ’ ସିରିଜ୍ର ଅନ୍ୟ ଦୁଇଟି ଫିଲ୍ମ ପରି ଏଥିରେ ମଧ୍ୟ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଫିଲ୍ମରେ ଅରବାଜ୍ ଖାନ୍ ଓ ସାଉଥ୍ ଷ୍ଟାର କିଚ୍ଚା ସୁଦୀପ ଏଥିରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସାଇ ବଲିଉଡ୍ରେ ଡେବ୍ୟୁ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍ ସୁପର୍ଷ୍ଟାର୍ ପ୍ରଭୁ ଦେବା।