Odia News Portal

ଏହି ଅଭିନେତାଙ୍କୁ ଅନ୍ତର୍ଜତୀୟ ସମ୍ମାନ

ମୁମ୍ବାଇ() ବଲିଉଡ୍ର ‘ଟ୍ରାଜେଡି କିଙ୍ଗ୍’ ଭାବେ ଜଣାଶୁଣା ଅଭିନେତା ଦିଲୀପ୍ କୁମାରଙ୍କୁ ଅନ୍ତର୍ଜତୀୟ ସମ୍ମାନ। ତାଙ୍କ ଭାଇ ଅସଲମ୍ ଖାନ୍ ଏହି ସମ୍ମାନକୁ ଗ୍ରହଣ କରିଥିଲେ। ଏହି ଅବସରରେ ଦିଲୀପ କୁମାରଙ୍କ ପତ୍ନୀ ତଥା ବିଗତ ଦିନର ଅଭିନେତ୍ରୀ ସାୟରା ବାନୋ ମଧ୍ୟ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଦିଲୀପଙ୍କୁ ଶେଷଥର ପାଇଁ ୧୯୯୮ରେ ଫିଲ୍ମ ‘କିଲା’ରେ ଦେଖିବାକୁ ମିଳିଥିଲା। ତାଙ୍କୁ୧୯୯୪ରେ ଦାଦାସାହେବ୍ ଫାଲ୍କେ’ ଓ ୨୦୧୫ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୫୦ବର୍ଷର ଅଭିନୟ କ୍ୟାରିୟରରେ ଦିଲୀପ କୁମାର ‘ମୁଗଲ୍-ଏ-ଆଜମ୍’, ‘ନୟାଦୌର୍’, କ୍ରାନ୍ତି, ‘ଦେବଦାସ’ ଓ ‘କର୍ମା’ ପରି ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ ଖାନ୍।