Odia News Portal

‘ୟଙ୍ଗ୍ ଆର୍ଟିଷ୍ଟ ୨୦୨୦’ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ସଙ୍ଗୀତ ଓ ନୃତ୍ୟକ୍ଷେତ୍ରରେ ଏକ ଜାତୀୟସ୍ତରୀୟ ପ୍ରତିଭା ପ୍ରତିଯୋଗିତା ‘ୟଙ୍ଗ୍ ଆର୍ଟିଷ୍ଟ ୨୦୨୦’ର ଆୟୋଜନ କରାଯାଇଛି, ଯାହାକି ଦେଶବ୍ୟାପୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ଓ ଆଧୁନିକ କଳାର ଭିନ୍ନଭିନ୍ନ ବର୍ଗ ଓ ଅଭିବ୍ୟକ୍ତିକୁ ପ୍ରଦର୍ଶନ କରିବାଲାଗି ଉତ୍ସାହିତ କରିବ । ଏହି ଗ୍ରାଣ୍ଡ ୟଙ୍ଗ ଆର୍ଟିଷ୍ଟ ଫେଷ୍ଟିଭାଲ ଅଗଷ୍ଟ୨୦୨୦ରେ ଆୟୋଜିତ ହେବ ଏବଂ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ସଙ୍ଗୀତ ଓ ନୃୃତ୍ୟଶିଳ୍ପର ବିଶିଷ୍ଟବ୍ୟକ୍ତି ଯେପରିକି ଅମ୍ଜଦ୍ ଅଲ୍ଲୀଖାନ୍, ସୋଭନା ନାରାୟଣ, ଅରୁଣାସାଇରାମ, ଟେରେନ୍ସ ଲୁଇସ୍, ସାଲ୍ମଲି ଖୋଲ୍ଗଡେ ଓ ଅନ୍ୟାନ୍ୟ କିମ୍ବଦନ୍ତୀ କଳାକାରଙ୍କ ଦ୍ୱାରା ପରାମର୍ଶ ଓ ପ୍ରଶିକ୍ଷଣ ପ୍ରାପ୍ତ କରିବାର ସୁଯୋଗ ପାଇପାରିବେ ।

 

ଏହି ମ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୨୦ଟି ଭିନ୍ନଭିନ୍ନ ବର୍ଗରେ ଫାଇନାଲିଷ୍ଟମାନଙ୍କୁ ୧୦୦ଟି ବୃି ପ୍ରଦାନ କରିବା ସହ ୨୫ ଲକ୍ଷ୍ୟ ଟଙ୍କାର ବୃିର ବ୍ୟବସ୍ଥା ମଧ୍ୟ କରିଛି । ଏ ୟଙ୍ଗ୍ ଆର୍ଟିଷ୍ଟ ୨୦୨୦ର ଫର୍ମାଟ୍ର ଏକ ପ୍ରାଥମିକ ଅନ୍ଲାଇନ୍ ଅଡିସନ୍ ରହିଛି ଯେଉଁଥିରେ ଅଂଶଗ୍ରହଣକାରୀମାନେ ନିଜ ଭିଡିଓ ଏହି ପ୍ଲାଟ୍ଫର୍ମରେ ଅପଲୋଡ଼ କରିପାରିବେ । ୧୧ରୁ ୧୮ ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ର୍ବମାନ ଏହି ୟଙ୍ଗ୍ ଆର୍ଟିଷ୍ଟ ୨୦୨୦ ପ୍ରତିଯୋଗିତା ଖୋଲା ରହିଛି ।
ସରଦ୍ ବାଦକ, ଉସ୍ତାଦ୍ ଅମ୍ଜଦ୍ ଅଲ୍ଲୀଖାନ୍ କହିଛନ୍ତି ଯେ, “ଏଭଳି ଯୁବକଳାକାରମାନଙ୍କ ସହ ଜଡିତ ହେବାକୁ ଓ ସେମାନଙ୍କ ସହ ମୋ ନିଜର ଅଭିଜ୍ଞତା ବାିବାକୁ ମୁଁ ସବୁବେଳେ ସ୍ୱପ୍ନ ଦେଖିଆସିଛି ଏବଂ ୟଙ୍ଗ୍ ଆର୍ଟିଷ୍ଟ ୨୦୨୦ ମୋତେ ମୋର ସ୍ୱପ୍ନକୁ ପୂରଣ କରିବାରେ ସହଯୋଗ କରୁଛି ।”

 

ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ଗାୟିକା ସାଲ୍ମଲି ଖୋଲ୍ଗଡେ କହିଛନ୍ତି ଯେ, “ୟଙ୍ଗ୍ ଆର୍ଟିଷ୍ଟ୍ ଭଳି ମର ଅଧିକ ଆବଶ୍ୟକତା ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇପାରିବେ ।” ଲୋକପ୍ରିୟ କୋରିଓଗ୍ରାଫର ଟେରେନ୍ସ ଲୁଇସ୍ କହିଛନ୍ତି ଯେ, “ଏହି ମ ଯୁବ କଳାକାରମାନଙ୍କୁ କଳା ମାଧ୍ୟମରେ ନିଜକୁ ବ୍ୟକ୍ତ କରିବା ଓ ନିଜଶକ୍ତିକୁ ପ୍ରସାର କରିବାର ସୁଯୋଗ ପ୍ରଦାନ କରିବ ।” ୟଙ୍ଗ୍ ଆର୍ଟିଷ୍ଟର ସହ ପ୍ରତିଷ୍ଠାତା କବିତା ଆୟର କହିଛନ୍ତି ଯେ, “ଆମେ ଜାତୀୟସ୍ତରରେ ଉକ୍ରୃଷ୍ଟ ଛାତ୍ର ପ୍ରତିଭାର ସନ୍ଧାନ କରିବାକୁ ଓ ତାହାକୁ ପାଳନ କରିବାକୁ ଚାହୁଁଛୁ ଏବଂ ସେମାନଙ୍କୁ କଳାସହ ନିଜର ଯାତ୍ରା ଜାରି ରଖିବାରେ ସହଯୋଗ କରିବାକୁ ଚାହୁଁଛୁ ।”