ଭୁବନେଶ୍ୱର : ଭାରତର ଅଗ୍ରଣୀ ଫ୍ୟାଶନ ଓ ଲାଇଫ୍ଷ୍ଟାଇଲ କାର୍ଯ୍ୟକ୍ରମ ଲାକ୍ମୀ ଫ୍ୟାଶନ ୱିକ୍ରେ ଯୋଗଦେବା ପାଇଁ ଆଇଏନ୍ଆଇଏଫ୍ଡି ଫ୍ୟାଶନ ଓ ଇରେିୟର ଡିଜାଇନ୍ର ଛାତ୍ରଛାତ୍ରୀମାନେ ଆଳିକ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଭୁବନେଶ୍ୱର ସେରରୁ ସୌଭାଗ୍ୟଲକ୍ଷ୍ମୀ ରାଉତ ଇରେିୟର ଡିଜାଇନ ବର୍ଗରେ ଲାକ୍ମୀ ଫ୍ୟାଶନ ୱିକ୍ ପାଇଁ ମନୋନୀତ ହୋଇଛନ୍ତି । ଆଇଏନ୍ଆଇଏଫ୍ଡି ଓ ଆଇଏମ୍ଜି ରିଲାଏନ୍ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇରନ୍ୟାସ୍ନାଲ ଠାରେ ଏକ ସ୍ୱତନ ମଞ୍ଚର ଆୟୋଜନ କରାଯାଇଥିଲା ।
ଏହି ସ୍ୱତନ୍ତ୍ର ଡିଜାଇନ୍ ଫେଷ୍ଟିଭାଲରେ ଲାକ୍ମୀ ଫ୍ୟାଶନ ୱିକ୍ରେ ସିଧାସଳଖ ପ୍ରବେଶ ପାଇଁ ଆଇଏନ୍ଆଇଏଫ୍ଡିର ଉଦୀୟମାନ ଫ୍ୟାଶନ ଡିଜାଇନର ଓ ଇରେିୟର ଡିଜାଇନରମାନଙ୍କ ଦ୍ୱାରା ଏକ ଟକ୍ଶୋ’ ସହ ଏକ ସ୍ୱତନ୍ତ୍ର କ୍ୟୁରେଟେଡ୍ ‘ନଲେଜ୍ସିରିଜ୍’ ଏବଂ ଡିଜାଇନ୍ ପ୍ରେଜେସେନ ପ୍ରଦର୍ଶିତ ହୋଇଛି । ଏହି ଇରେିୟର ଡିଜାଇନ୍ କ୍ଷେତ୍ରରେ ଭୁବନେଶ୍ୱର କେନ୍ଦ୍ରର ବିଜେରୀ ଋପେ ସୌଭାଗ୍ୟଲକ୍ଷ୍ମୀ ରାଉତ ମନୋନୀତ ହୋଇଥିବାବେଳେ ପ୍ରଥମ ରନର୍ସଅପ ଋପେ ଏମଡି.ଗୁଲସନ ଏବଂ ଦ୍ୱିତୀୟ ରନର୍ସଅପ ଋପେ ଜଗଜିତ କୌର ମୋନୀନିତ ହୋଇଛନ୍ତି । ସେହିଭଳି ଫ୍ୟାଶନ ଡିଜାଇନ୍ କ୍ଷେତ୍ରରେ ବିଜେତା ଋପେ ସାଦିଆ ରିଜୱାନା ମୋନୀନିତ ହୋଇଥିବାବେଳେ ପ୍ରଥମ ରନର୍ସଅପ ଋପେ ସିଫା ସୟଦ ଏବଂ ଦ୍ୱିତୀୟ ରନର୍ସଅପ ଋପେ ମହିମା ମେହରୋତ୍ରା ମନୋନୀତ ହୋଇଛନ୍ତି ।
ମନୋନୀତ ଫ୍ୟାଶନ ଡିଜାଇନ୍ ଛାତ୍ରଛାତ୍ରୀମାନଙ୍କୁ ଲାକ୍ମୀ ଫ୍ୟାଶନ ୱିକ୍ ସମୟରେ ଆଇଏନ୍ଆଇଏଫ୍ଡି ଲ୍ପ୍ୟାଡ୍ର ପ୍ରମୁଖ ଶୋ’ ଏରିଆରେ ପ୍ରଦର୍ଶନ କରିବାର ଏକ ସ୍ୱତନ୍ତ୍ର ସୁଯୋଗ ମିଳିବ ଏବଂ ମନୋନୀତ ଇରେିୟର ଡିଜାଇନ୍ ଛାତ୍ରଛାତ୍ରୀଙ୍କୁ ଲାକ୍ମୀ ଫ୍ୟାଶନ ୱିକ୍ର ମୁଖ୍ୟ ଶୋ ଏରିଆରେ ନିର୍ଦ୍ଧିଷ୍ଟ ଡିଜାଇନରଙ୍କ ଶୋ’ରେ ସେଟ୍ ଡିଜାଇନ୍ କରିବାର ସୁଯୋଗ ମିଳିବ । ଏହାର ଡିଜାଇନ୍ ବିଜେତାମାନେ ଆଇଏମ୍ସି ରିଲାଏନ୍ସଠାରୁ କ୍ୟାସ ପ୍ରାଇସରେ ପୁରସ୍କୃତ ହେବା ସହ ଡିଜାଇନ ଏକ୍ସପର୍ଟମାନଙ୍କ ଅଧୀନରେ ପ୍ରଶିକ୍ଷିତ ହେବାର ସୁଯୋଗ ମଧ୍ୟ ପାଇପାରିବେ ।
ଡିଜାଇନ୍ ପ୍ରେଜେସେନରେ ସେଲିବ୍ରିଟି ଜୁରୀରେ ଥିବା ବଲିଉଡ ଅଭିନେତ୍ରୀ ସୋନାଲି ସୈଗଲ ଆଇଏନ୍ଆଇଏଫ୍ଡି ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଦେଖି ଅତ୍ୟଧିକ ପ୍ରଭାବିତ ହୋଇଥିଲେ ।
କ୍ୟୁରେଟେଡ୍ ଟକ୍ ଶୋ’ ପାଇଁ ଶୀର୍ଷ ପ୍ୟାନେଲିଷ୍ଟମାରେ ନିଜର ମୂଲ୍ୟବାନ ଅଭିଜ୍ଞତା ଓ ଜ୍ଞାନ ବାିବା ପାଇଁ ଏହି ପ୍ୟାନେଲରେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ପାୟଲ ପ୍ରତାପ, ଫେନୋଟାଇପ୍ ଆର୍କିଟେକ୍ଚର ଷ୍ଟୁଡିଓର ସଂସ୍ଥାପକ ଅନିକା କୋଚ୍ଚର, ଟିଭି ଓ ଓଟିଟି ବ୍ୟକ୍ତିତ୍ୱ ନୀରଜ ଗାବା, ଆଇଏମ୍ଜି ରିଲାଏନ୍ସର ଦ ଭଏସ ଅଫ୍ ଫ୍ୟାଶନର ଏଡିଟର ସେଫାଳି ବାସୁଦେବ ପ୍ରମୁଖ ସାମିଲ ଥିଲେ । ଏହା ବ୍ୟତୀତ ବଲିଉଡ୍ ଓ ଡେଲିସୋପ୍ ଅଭିନେତା ତଥା ମଡେଲ ଅମନ ବର୍ମା ନିଜ ଆକର୍ଷଣୀୟ ପ୍ରତିଭା ମାଧ୍ୟମରେ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
