Odia News Portal

ହେଲମେଟ ନପିନ୍ଧି ଜରିମାନେ ଦେଲେ ଏହି ଅଭିନେତା

ଭୁବନେଶ୍ୱର() ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍ ଷ୍ଟାର ବାବୁସାନ । ବିନା ହେଲ୍ମେଟ୍ରେ ବାଇକ୍ ଚଲାଇ ୧୦୦୦ ଟଙ୍କାର ଜରିମାନେ ଦେଲେ ବାବୁସାନ । ହେଲ୍ମେଟ୍ରେ ନପିନ୍ଧ ବାଇକ୍ ଚଲାଉଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁସାନ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍ ଛକରେ ନା ଏନ୍ଏଚ୍ ଉପରେ ବାଇକ୍ ଚଲାଉଥିଲି। ବରଂ ଆପାର୍ଟମେଣ୍ଟ୍ର କମ୍ପାଉଣ୍ଡ ଭିତରେ ବାଇକ୍ ଚଲାଉଥିଲି। ଘରେ ସଉଦା ସରି ଯାଇଥିଲା, ତେଣୁ ମୋ ସ୍ତ୍ରୀ ମୋତେ ସଉଦା ଆଣିବାକୁ ପଠାଇଥିଲେ। ମୁଁ ସଉଦା ଆଣିବାକୁ ଯାଇଥିଲି। ଏହି ସମୟରେ ପିଲାମାନେ ଭିଡିଓ ରେକର୍ଡ କରି ଦେଇଥିଲେ।