Odia News Portal

୨୨ରେ ରବୀନ୍ଦ୍ର ମଣ୍ଡପରେ କଣ୍ଠଶିଳ୍ପୀ ସୁନିଲଙ୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବଲିଉଡରେ ପ୍ରସିଦ୍ଧି ଅର୍ଜନ କରିଥିବା ଓଡ଼ିଆ କଣ୍ଠଶିଳ୍ପୀ ସୁନିଲ ପରିଡା ଆସନ୍ତା ୨୨ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ, ବାଣୀବିହାରର ୧୯୮୬ – ୮୮ ବ୍ୟାଚ ପକ୍ଷରୁ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ଟ୍ରୁପ ସହ ସଂଗୀତ ପରିବେଷଣ କରିବେ ।
କଣ୍ଠଶିଳ୍ପୀ ସୁନିଲ ମଧ୍ୟ ବାଣୀବିହାରର ୧୯୮୬-୮୮ ବ୍ୟାଚର ଜଣେ ଛାତ୍ର ଅଟନ୍ତି । ତେବେ ବିଶ୍ୱବିଦ୍ୟାଳୟରୁ ପାସ୍ ପରେ ମୁମ୍ବାଇ ଯାଇ ସେଠାରେ ସଂଗୀତ ସାଧନା ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କୁ ମୁମ୍ବାଇରେ ମହମ୍ମଦ ରଫି ବୋଲି କୁହାଯାଏ ।