Odia News Portal

ଏଣିକି ଅନଲାଇନରେ ଦେଇହେବ କିସ

ଭୁବନେଶ୍ୱର() ସମୟ ଥିଲା ଯେତେବେଳେ ପ୍ରେମିକ ପ୍ରେମିକା ନିଜ ମନକଥାକୁ ପାରା ଜରିଆରେ ପରସ୍ପର ପାଖକୁ ପଠାଉଥିଲେ। ପରେ ବିଜ୍ଞାନର ଅଗ୍ରଗତି ଫଳରେ ଫୋନର ପ୍ରସାର ହେଲା। ଦିନକୁ ଦିନ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଲା। ଏହା ପରେ ସୋସିଆଲ ନେଟ୍ଓ୍ୱାର୍କିଂର ସହାୟତାରେ ଅନଲାଇନ୍ ଭିଡ଼ିଓ କଲିଂ ଏବଂ ଚାଟିଂ ମଧ୍ୟ ହୋଇପାରିଲା।

ହେଲେ ଏବେ ଆସିଛି ଏକ ନୂତନ ଉପାୟ। ଏହା ସାହାଯ୍ୟରେ ଆପଣ ଆପଣଙ୍କ ପ୍ରିୟଜନଙ୍କୁ ଅନଲାଇନରେ କିସ୍ ଦେଇପାରିବେ। ବର୍ବେରୀ ଏବଂ ଗୁଗୁଲର ମିଳିତ ସହଯୋଗରେ ଏକ ନୂତନ ସଫ୍ଟଓ୍ୱେୟାର ପ୍ରସ୍ତୁତ ହୋଇଛି। ଏହା ଦ୍ୱାରା ଅନଲାଇନ୍ କିସ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହାସହ କୌଣସି ପର୍ସନାଲ ମେସେଜ୍ ମଧ୍ୟ ପଠାଇପାରିବେ।