ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ନିଜ ବୈବାହିକ ଜୀବନକୁ ମନଭରି ଉପଭୋଗ କରୁଛନ୍ତି। କେବଳ ଫ୍ୟାମିଲି ଲାଇଫ୍ ନୁହେଁ ଏହି ଯୋଡ଼ି ନିଜ କାମ ଉପରେ ମଧ୍ୟ ପୂରା ଧ୍ୟାନ ଦେଉଛନ୍ତି। ଉଭୟଙ୍କ ଫଟୋ ଓ ଭିଡିଓ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ଏହି କପଲ ସିନେମା ଜଗତର ସବୁଠାରୁ ବଡ଼ ଆଓ୍ଵାର୍ଡ ଶୋ’ ଗୋଲ୍ଡ ଗ୍ଲୋବ ଆଓ୍ଵାର୍ଡ ସେରିମନିରେ ପହଞ୍ଚିଥିଲେ।
ଏହି ଆଓ୍ଵାର୍ଡ ସେରିମନିରେ ଉପସ୍ଥିତ ସମସ୍ତଙ୍କ ଧ୍ୟାନ ପ୍ରିୟଙ୍କା ଓ ନିକ୍ଙ୍କ ଉପରେ ଥିଲା। ଏବେ ଏହି ଆଓ୍ଵାର୍ଡ ସେରିମନିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଉଭୟେ ଲିପ୍ କିସ୍ କରୁଥିବା ନଜର ଆସିଛି। କିସ୍ କରିବା ପରେ ପ୍ରିୟଙ୍କାଙ୍କ ଲିପ୍ଷ୍ଟିକ୍ ନିକ୍ଙ୍କ ଓଠରେ ଲାଗିଯାଇଥିଲା। ସେତେବେଳେ ପ୍ରିୟଙ୍କା ନିଜ ହାତରେ ନିକ୍ଙ୍କ ଲିପ୍ଷ୍ଟିକ୍ ପୋଛୁଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଏହି ଭିଡିଓକୁ ଫ୍ୟାନ୍ମାନେ ଖୁବ୍ ପସନ୍ଦ କରିଛନ୍ତି। ଏମିତିରେ ବି ଏହି ଯୋଡ଼ି କ୍ୟାମେରା ସାମ୍ନାରେ ଲିପ୍ କିସ୍ କରିବାକୁ କେବେ ପଛଘୁଞ୍ଚା ଦେଇନଥାନ୍ତି। କିନ୍ତୁ ଏହି ଭିଡିଓ ଟିକେ ଅଲଗା। ଏହା ପୂର୍ବରୁ ନ୍ୟୁ ଇୟରରେ ବି ଉଭୟେ ଲିପ୍ଲକ୍ କରିଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ପ୍ରିୟଙ୍କା ନିକ୍ଙ୍କ ଫ୍ୟାନ୍ ପେଜ୍ରୁ ସେୟାର କରାଯାଇଥିଲା।