Odia News Portal

ସ୍ୱାମୀଙ୍କ ସହ ଥାଇଲାଣ୍ଡ ମନ୍ଦିରରେ ସନ୍ନି

ମୁମ୍ବାଇ :  ସନ୍ନି ଲିଓନୀ ଏବେ ଥାଇଲାଣ୍ଡରେ ନିଜ ପତି ଡାନିଏଲ ଓ୍ୱେବରଙ୍କ ସହ ଛୁଟି କଟାଉଛନ୍ତି। ଅଭିନେତ୍ରୀଜଣଙ୍କ ଏହି ଟ୍ରିପକୁ ଭଲରେ ମାନଉଛନ୍ତି। ଏହି ସମୟରେ ସେ ମନ୍ଦିର ମଧ୍ୟ ଯାଇଛନ୍ତି। ମନ୍ଦିରରେ ସନ୍ନି କିଛି ଫଟୋ ସେୟାର ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସନ୍ନି ଲେଖିଛନ୍ତି ଯେ, ଥାଇଲାଣ୍ଡକୁ ସେ ବିଭିନ୍ନ କାରଣରୁ ପସନ୍ଦ କରିଥାନ୍ତି। ଏଠାରେ ଥିବା ଏକ ଛୋଟ ବଡ ମନ୍ଦିରକୁ ସେ ଭଲ ପାଆନ୍ତି। ଏଠାରେ ଡାନିଏଲଙ୍କ ସହ ସ୍ୱଚନ୍ତ୍ର ପ୍ରାର୍ଥନା କରିବାକୁ ତାଙ୍କୁ ଭଲଲାଗେ।

ସେୟାର କରିଥିବା ଫଟୋରେ ସନ୍ନୀ ପୂଜା କରୁଥିବା ମନ୍ଦିରର ପରମ୍ପରାକୁ ସମ୍ମାନ ଦେଉଥିବା ଦେଖିବାକୁ ମିଳିଛି। ସନ୍ନୀ ଏଠାକାର ମାହୋଲକୁ ପସନ୍ଦ କରିଛନ୍ତି ଓ ଥାଇଲାଣ୍ଡର ବିଭିନ୍ନ ମନ୍ଦିରରେ ଦର୍ଶନ କରିଛନ୍ତି। ଏପରିକି ସେ ବୌଦ୍ଧ ଭିକ୍ଷୁକଙ୍କ ଆଶୀର୍ବାଦ ପାଇ ଖୁସିଥିବା କହିଛନ୍ତି।