ମୁମ୍ବାଇ() ଚର୍ଚ୍ଚାରେ ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ସାକ୍ଷୀ ତନ୍ଓ୍ବର।ଆଜି ତାଙ୍କର ଜନ୍ମ ଦିନ । ୪୭ ବର୍ଷ ବୟସରେ ପାଦ ଦେଲେ ସାକ୍ଷୀ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ସାକ୍ଷୀଙ୍କ ବିସୟରେ ଅଧିକକିଛି …
ସୂଚନା ଅନୁସାରେ ଏକ ସାକ୍ଷାତ୍କାରରେ ସାକ୍ଷୀ କହିଛନ୍ତି, ମା’ ହେବା ପରେ ମୋ’ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ବିବାହ କଲେ ଯେ ଜଣେ ମା’ ହେବ ଆଉ ଜଣେ ହୋଇପାରିବନି ମୁଁ କାହିଁକି ତାହା ଅନୁଭବ କରୁନି। ମୁଁ ବି ଜଣେ ଭଲ ମା’। ମୋ ପରିବାରର ଆଶୀର୍ବାଦ ଏବଂ ସପକ୍ଷ ଯୋଗୁ ଏକ ୯ ମାସର କନ୍ୟାକୁ କୋଳେଇ ନେଇ ମୁଁ ଗର୍ବିତ।
୧୯୮୮ରେ ସେ ଦୂରଦର୍ଶନର ଏକ କାର୍ୟ୍ୟକ୍ରମ ‘ଉଲ୍ବେଲା ସୁର୍ ମେଲା’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୧୧ରେ ଏକତା କପୁରଙ୍କ ସିରିୟଲ ‘କହାନୀ ଘର୍ ଘର୍ କୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ବଡ଼େ ଅଚ୍ଛା ଲଗତେ୍ ହୈ’ରେ ମଧ୍ୟ କାମ କରିଥିଲେ। ଅମୀର ଖାଁଙ୍କ ସହିତ ‘ଦଙ୍ଗଲ’ ଫିଲ୍ମରେ ଅଭିନୟ କରିଥିଲେ ସାକ୍ଷୀ। ଫିଲ୍ମଟି ସୁପରହିଟ୍ ମଧ୍ୟ ହୋଇଥିଲା। ସନ୍ନି ଦେଓଲଙ୍କ ସହ ‘ମୋହଲା ଅସୀ’ରେ ମଧ୍ୟ ଅଭିନୟ କରିଥିଲେ ସାକ୍ଷୀ।