Odia News Portal

ବିଜେପି କର୍ମୀଙ୍କୁ ଚାପୁଡା ମାରି ସାବାଡ କଲେ ମହିଳା ଅଫିସର, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶ() ଜାନୁଆରୀ ୧୯ ତାରିଖ ମଧ୍ୟପ୍ରଦେଶରେ ଧାରା ୧୪୪କୁ ଖାତିର ନକରି ନାଗରିକତା ସଂଶୋଧନ ଆଇନ୍ ସମର୍ଥନରେ ରାଲି ବାହାର କରିଥିଲେ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକର୍ତା । ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଘଟଣାସ୍ଥଳରେ ଯାଇ ପହଂଚିଥିଲେ ରାଜଗଡର ଉପଜିଲ୍ଲାପାଳ ପ୍ରିୟା ବର୍ମା । ଏହି ସମୟରେ କିଛି ଯୁକ୍ତିତର୍କ ଭିତରେ ଜଣେ ଉଦ୍ଧତ ବିଜେପି କର୍ମୀ ପ୍ରିୟା ବର୍ମାଙ୍କ ଚୁଟି ଭିଡି ଦେଇଥିଲେ । ଆଉ ଏହା ପରେ ଉକ୍ତ ବିଜେପି କର୍ମୀଙ୍କୁ ସାବାଡ କରିଥିଲେ ମହିଳା ଅଫିସର । ତା ଗାଲରେ ଏକ ଶକ୍ତ ଚାପୁଡା ମାରିବା ସହ ରାସ୍ତା ମଝିରେ ତାଙ୍କୁ ଘୋଷାଡିଥିଲେ । ଯେଉଁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମହିଳା ଉପ ଜିଲ୍ଲାପାଳ ପ୍ରିୟା ବର୍ମାଙ୍କୁ ସମସ୍ତେ ପ୍ରଂଶସା କରୁଛନ୍ତି ।

ତେବେ ରବିବାର ଘଟିଥିବା ଏହି ଘଟଣା ପରେ ପ୍ରିୟା ବର୍ମାଙ୍କୁ ସୋସିଆଲ ମିଡିଆରୁ ଛୁଟୁଛି ପ୍ରଂଶସାର ସୁଅ । ଜଣେ ମହିଳା ଅଫିସରଙ୍କ ଏଭଳି କାର୍ୟ୍ୟାନୁଷ୍ଠାନ ପାଇଁ ସମସ୍ତେ ତାଙ୍କୁ ସାବାସୀ ଦେଉଛନ୍ତି ।