ମୁମ୍ବାଇ : ଆଜି ଫ୍ରାଇଡେ ରିଲିଜ୍ରେ ହଲ୍କୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର 3D । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧଓ୍ଵନ, ଶ୍ରଦ୍ଧା କପୁର ଓ ପ୍ରଭୁ ଦେବା। ନୋରା ଫତେହୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।
ଫିଲ୍ମରେ ବରୁଣ, ଶ୍ରଦ୍ଧା ଓ ପ୍ରଭୁଦେବାଙ୍କ ମଧ୍ୟରେ ଜୋରଦାର ଡ୍ୟାନ୍ସ ଟକ୍କର ଦେଖିବାକୁ ମିଳିଛି । ଫିଲ୍ମକୁ ହିନ୍ଦୀ ବ୍ୟତୀତ ତେଲେଗୁ ଓ ତାମିଲ ଭାଷାରେ ରିଲିଜ କରାଯିବ । ଏବିସିଡି-୨ରେ ବରୁଣ ଓ ଶ୍ରଦ୍ଧାଙ୍କ ଯୋଡି ଦେଖିବାକୁ ମିଳିଥିଲା ।