ନୁଆଦିଲ୍ଲୀ : ପୁଣି କମିଲା ସୁନା ଓ ରୂପା ଦର । ଦିଲ୍ଲୀ ସର୍ରାଫା ବଜାରରେ ସୋମବାର ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ୪୧ ହଜାର ୪୫୬ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ମଙ୍ଗଳବାର ଏଥିରେ ସିଧା ୧୬୨ ଟଙ୍କା ହ୍ରାସ ହୋଇଛି। ଫଳରେ ଏବେ ପ୍ରତି ୧୦ ଗ୍ରାମ ସୁନାଦର ୪୧ହଜାର ୨୪୯ ଟଙ୍କାରେ ବିକ୍ରି ହେଉଛି ।
ସେହିପରି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ପ୍ରତି କେଜି ରୂପା ଦରରେ ୬୫୭ ଟଙ୍କା ହ୍ରାସ ହୋଇଛି। ଫଳରେ କେଜି ପିଛା ୪୮ ହଜାର ୧୮୪ ଟଙ୍କା ଦରରେ ବିକ୍ରି ହେଉଥିବା ରୂପାଦର ମଙ୍ଗଳବାର ୪୭ ହଜାର ୫୨୭ଟଙ୍କାକୁ ଖସିଛି । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ସମୀକ୍ଷକ (କମୋଡିଟି) ତପନ ପଟେଲଙ୍କ କହିବା ଅନୁସାରେ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୬୨ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି । ଡଲାର ତୁଳନାରେ ଟଙ୍କା ଆହୁରି ୧୧ ପଇସା ମଜଭୁତ ହେବା ସ୍ୱର୍ଣ୍ଣଳଙ୍କାର ବଜାରରେ ହ୍ରାସ ଦେଖାଦେଇଛି ।