Odia News Portal

ଚଟପଟା ଟମାଟୋ ରଶୁଣ ଚଟଣୀ

ଭୁବନେଶ୍ଵର : ଟମାଟୋ ଓ ରଶୁଣର ସ୍ଵାଦ ଲୋକମାନଙ୍କୁ ଖୁବ୍ ପସନ୍ଦ। ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ ମଧ୍ୟ ରହିଛି। ତେଣୁ ଟମାଟୋ ଓ ରଶୁଣର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଚଟଣୀ ମଧ୍ୟ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ ରଶୁଣ ଟମାଟୋ ଚଟଣୀ।
ଆବଶ୍ୟକୀୟ ସାମଗ୍ରୀ– ୭ରୁ ୮ଟି ବଡ ରଶୁଣ, ୧ କପ୍ କଟା ଟମାଟୋ, ୧ ଟିସ୍ପୁନ ତେଲ, ୧ଟି ପିଆଜ, କଟା କାଶ୍ମୀରୀ ଲଙ୍କା, ଲୁଣ ସ୍ଵାଦ ଅନୁସାରେ, କଟା ଧନିଆ, କଟା ପିଆଜ ପତ୍ର।
ବିଧି- କଢାଇରେ ତେଲ ଗରମ କରନ୍ତୁ। ଏଥିରେ କଟା ପିଆଜ ଏବଂ ରଶୁଣ ପକାଇ ଭାଜନ୍ତୁ। ୪ ରୁ ୫ ମିନିଟ୍ ଭାଜିଲା ପରେ ଲଙ୍କା ଓ ଲୁଣ ପକାନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ୧ ମିନିଟ ଯାଏଁ ଭାଜନ୍ତୁ। ଏଥିରେ ଏବେ କଟା ଟମାଟୋ ପକାନ୍ତୁ। ୧୦ ରୁ ୧୨ ମିନିଟ୍ ଯାଏଁ ଭାଜନ୍ତୁ। ଟମାଟୋ, ପିଆଜ ଓ ରଶୁଣ ଭଲ ଭାବରେ ମିଶି ଗଲା ପରେ ଏଥିରେ କଟା ଧନିଆ ପତ୍ର ପକାନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ଗରମ ଗରମ ପରଷି ଦିଅନ୍ତୁ।