Odia News Portal

ଏନଡିଆରଏଫ ଟିମ ପକ୍ଷରୁ ଚନ୍ଦ୍ରଭାଗା ବେଳା ଭୂମି ସଫେଇ

ପୁରୀ : ଏନଡିଆରଏଫ ଟିମ ପକ୍ଷରୁ ଚନ୍ଦ୍ରଭାଗା ବେଳା ଭୂମି ସଫେଇ କରାଯାଇଛି ।  ସ୍ଵଛ୍ଛ ଭାରତ ଓ ନିର୍ମଳ ଭାରତ ନିମନ୍ତେ ଆମ ପରିଵେଶକୁ ଆମେ ନିଜେହିଁ ସଫା ରଖିଵା ଉଚିତ ଏହି ଵାର୍ତା ନେଈ ଆଜି ଚନ୍ଦ୍ରଭାଗା ବେଳାଭୂମିରେ ଏନ ଡି ଆର ଏଫ ର ଟିମ ସଫେଈ  କରି ବେଳାଭୂମିକୁ ଅଳିଆ ଆଵର୍ଜନା ମୁକ୍ତ କରିଥିଲେ ।

ଏନ ଡି ଆର ଏଫର ୨ ଜଣ ଆସିଷ୍ଟାଣ୍ଡ କମାଣ୍ଡର ଜି.ଏସ ପଟେଲ, ସୂରଜିତ ସିଂଙ୍କ ନେତୃତ୍ବ ରେ ପ୍ରାୟ ୧୮୦ ଜଣ ଏନ ଡି ଆର ଏଫ ର କର୍ମଚାରୀ ନିଜକୁ ନିୟୋଜିତ କରିଥିଲେ। ବିଶ୍ବ କୁ ନିର୍ମଳ ରଖିବାର ବାର୍ତା ନେଇ ଏହି ଅଭିଯାନ ଆୟୋଜିତ ହୋଇଥିଲା ।